ରିଆମାଳ,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ପତ୍ରାପାଲି ଗ୍ରାମରେ ବଜ୍ରପାତରେ ଗୋଟିଏ ବଳଦର ମୃତ୍ୟୁ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ଶନିବାର ଅପରାହ୍ନ ୪ଟା ସମୟରେ ରିଆମାଳ ବ୍ଲକରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଫଳରେ ଗ୍ରାମର ଲକ୍ଷ୍ମଣ ପ୍ରଧାନଙ୍କ ଆମ୍ବ ଗଛ ମୂଳେ ବନ୍ଧା ହୋଇଥିବା ଗୋଟିଏ ବଳଦର ମୃତ୍ୟୁ ହୋଇଥିବାବେଳେ ନିକଟରେ ବନ୍ଧା ହୋଇଥିବା ଅନ୍ୟଏକ ବଳଦ ଅଳ୍ପକେ ବର୍ତ୍ତିଯାଇଛି । ଲକ୍ଷ୍ମଣ ଏହି ବଳଦ ସହାୟତାରେ ଚାଷ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଗୋଟିଏ ବଳଦର ମୃତ୍ୟୁ ହୋଇଥିବାରୁ ବର୍ତ୍ତମାନ ଧାନ ବୁଣା କାର୍ଯ୍ୟ ସେ କିଭଳି କରିବେ ସେନେଇ ଚିନ୍ତାରେ ଅଛନ୍ତି । ସେଥିପାଇଁ ଯଥାଶୀଘ୍ର ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି । ଅନ୍ୟପଟେ ଖବର ପାଇ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟର ତରୁଣ କୁମାର ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।