ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ଭାରତରେ ଅତିରିକ୍ତ ୧୫ ଅରବ ଡଲାର ନିବେଶ କରିବ । ଫଳରେ ଭାରତରେ କମ୍ପାନୀର ନିବେଶ ୨୬ ଅରବ ଡଲାର ହୋଇଯିବ । ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଆମାଜନ ସିଇଓ ଏଣ୍ଡୀ ଜେସୀ ଏହି ସୂଚନା ପ୍ରଦାନ କରିଛନ୍ତି ।
ଏଣ୍ଡୀ ଜେସୀ କହିଛନ୍ତି ଯେ, ଆମାଜନ ପୂର୍ବରୁ ଭାରତରେ ୧୧ ଅରବ ଡଲାର ନିବେଶ କରିସାରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୋର ବହୁତ ଭଲ ଓ ସାର୍ଥକ ଆଲୋଚନା ହୋଇଛି । ମୋତେ ଲାଗୁଛି ଆମର ଅନେକ ଲକ୍ଷ୍ୟ ସମାନ । ଭାରତରେ ସବୁଠୁ ବଡ଼ ନିବେଶକଙ୍କ ମଧ୍ୟରେ ଆମାଜନ ଅନ୍ୟତମ ।