ଜାମିନ ପାଇବାର କିଛି ଘଣ୍ଟା ପରେ ପୁଣି ଗିରଫ ହେଲେ ଜିଗନେଶ ମେବାନୀ

ନୂଆଦିଲ୍ଲୀ: ଗୁଜରାତ ବିଧାୟକ ଜିଗନେଶ ମେବାନୀଙ୍କୁ ପୁଣିଥରେ ଆସାମ ପୁଲିସ ଗିରଫ କରିଛି । ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଇଥିବା ବିବାଦିତ ବୟାନ ସହ ଜଡ଼ିତ ମାମଲାରେ ଜାମିନ ମିଳିବା ପରେ ଆଉ ଏକ ମାମଲାରେ ଜିଗନେଶ ଗିରଫ ହୋଇଛନ୍ତି । ଏନେଇ ଜିଗନେଶଙ୍କ ଓକିଲ ଅଂଶୁମାନ ବୋରା ସୂଚନା ଦେଇଛନ୍ତି । ପୁଣିଥରେ ଗିରଫ ହେବା ପରେ ଜିଗନେଶଙ୍କୁ କୋକରାଝାରରୁ ବାରପେଟା ଜେଲ ଅଣାଯାଇଛି ।

ସୂଚନାଯୋଗ୍ୟ, ଜିଗନେଶ ମେବାନୀଙ୍କୁ ଏପ୍ରିଲ ୧୯ରେ ଗୁଜରାତର ପାଲନପୁର ସହରରୁ ଗିରଫ କରାଯାଇଥିଲା । ଜିଗନେଶଙ୍କ ଟ୍ୱିଟକୁ ନେଇ କୋକରାଝରା ଥାନାରେ ମାମଲା ଦାୟର ହୋଇଥିଲା । ସେ ତାଙ୍କ ଟ୍ୱିଟରେ ଲେଖିଥିଲେ ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଡସେଙ୍କୁ ଭଗବାନ ମାନିଥାନ୍ତି ।’