ଭେଜିପଦର ଗାଁରେ ବୁଢ଼ା ଡଙ୍ଗର ଯାତ୍ରା ସମ୍ପନ୍ନ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଅଁସର ପଞ୍ଚାୟତ ଭେଜିପଦର ଗାଁରେ ଚଳିତ ବର୍ଷ ପାରମ୍ପରିକ ରୀତିନୀତି ଅନୁଯାୟୀ ବୁଢ଼ା ଡଙ୍ଗର ଯାତ୍ରା ସମ୍ପନ୍ନ ହୋଇଯାଇଛି । ମାନସିକଧାରୀମାନେ ତାଙ୍କର ମନସ୍କାମନା ପୂରଣ ହେବା ପରେ ଏହି ଯାତ୍ରାରେ ବୁଦା, କୁକୁଡ଼ା, ପୋଢ଼, ପାରା ଓ ନଡ଼ିଆ ଆଦି ସମର୍ପଣ କରିଥିଲେ । ନୂଆ ଭୋଇଙ୍କ ଦେହରେ ବୁଢ଼ା ଡ଼ଙ୍ଗର ଆବିର୍ଭାବ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଯାତ୍ରାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।