ରାଲି ବେଳେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଆହତ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ସୁରୀରେ ବିରୋଧ ପ୍ରଦର୍ଶନ ସମୟରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଆହତ ହୋଇଛନ୍ତି । ପୁଲିସ ଲୁହା ବ୍ୟାରିକେଡକୁ ହଟାଉଥିବା ସମୟରେ ଏହା ଶୁଭେନ୍ଦୁଙ୍କ ଗୋଡ଼ରେ ପଡ଼ି ଯାଇଥିଲା । ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି ।

ସୂଚନାଯୋଗ୍ୟ, ମହିଳା ଅଧିକାରୀଙ୍କ ବିରୋଧରେ ରାଜ୍ୟରେ ବଢ଼ୁଥିବା ଅତ୍ୟାଚାରକୁ କେନ୍ଦ୍ର କରି ବିଡିଓ କାର୍ଯ୍ୟାଳୟ ବାହାରେ ହେଉଥିବା ପ୍ରଦର୍ଶନରେ ଶୁଭେନ୍ଦୁ ଅଧିକାରୀ ନେତୃତ୍ୱ ନେଉଥିଲେ । ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ପୁଲିସ ଲୁହା ବ୍ୟାରିକେଡ ଲଗାଇଥିଲା । ପୁଲିସ ଓ ଦଳର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ହେଉଥିବା ଠେଲାପେଲା ମଧ୍ୟରେ ବ୍ୟାରିକେଡ ଶୁଭେନ୍ଦୁଙ୍କ ଗୋଡରେ ପଡ଼ି ଯାଇଥବା ସୂଚନା ମିଳିଛି ।