ଗୋରାସେତୁ ଠାରେ ପ୍ରତିଷ୍ଠା ହେଲା ନୂତନ ବିଏସଏଫ କ୍ୟାମ୍ପ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଗୋରାସେତୁଠାରେ ପ୍ରତିଷ୍ଠା ହେଲା ନୂତନ ବିଏସଏଫ କ୍ୟାମ୍ପ। ପ୍ରଥମେ ସ୍ୱାଭିମାନ ଅଞ୍ଚଳର ଜାନବାଇ, ଯନ୍ତାପାଇ, ହନ୍ତାଳଗୁଡ଼ା ଏବଂ ଦାରଲାବେଡା ଠାରେ ବିଏସଏଫ କ୍ୟାମ୍ପ ସ୍ଥାପନ ହୋଇଥିଲା। ଏବେ ଗୋରସେତୁ ଠାରେ ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ଦ୍ୱାରା ଆଗକୁ ଅଞ୍ଚଳରେ ରାସ୍ତାଘାଟ ହେବାସହ ସରକାରଙ୍କର ସବୁ ଯୋଜନା ସେଠାରେ ପହଞ୍ଚିବ ବୋଲି ଗୋରସେତୁବାସୀ କହିଛନ୍ତି। କ୍ୟାମ୍ପ ହେବା ଦ୍ୱାରା ଆଗକୁ ୩ ଟି ପଞ୍ଚାୟତ ଯଥା:- ପଣସପୁଟ, ଯନ୍ତ୍ରୀ ଏବଂ ଅଣ୍ଡିରାପାଲ୍ଲୀର ଲୋକେ ମାଓବାଦୀଙ୍କୁ ଭୟ ନ କରି ସୁରକ୍ଷାରେ ରହିବା ସହ ଅଞ୍ଚଳର ବିକାଶ ହେବ ବୋଲି ମାଲକାନଗିରି ଏସପି ଡି. ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି। ତ୍ରିରଙ୍ଗା ପତାକା କୁ ବିଏସଏଫ ଡିଆଇଜି ଏସ.କେ ସିଂ ଉତ୍ତୋଳନ କରିଥିଲେ। ଦିନକୁ ଦିନ ମାଓବାଦୀ ଙ୍କର ଗତିବିଧି ସ୍ୱାଭିମାନ ଅଞ୍ଚଳରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି।