ଜୁଆ ଆଡ୍ଡାରେ ପୁଲିସର ଚଢ଼ଉ, ୧୧ ଗିରଫ

ରାଇଘର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଚାଲିଥିବା ଜୁଆ ଆଡ୍ଡାରେ ପୁଲିସ ଚଢଉ କରି ୧୧ ଜଣଙ୍କୁ ଗିରଫ କରିବାସହ ୩୨ ହଜାର ୪ ଶହ ଟଙ୍କା ଜବତ କରିଛି।  ସୂଚନା ଅନୁଯାୟୀ, ଶନିବାର କୁମାର ପୂର୍ଣିମା ଉପଲକ୍ଷେ କିଛି ସ୍ଥାନରେ ଜୁଆ ଖେଳ ଚାଲିଥିବା ପୁଲିସକୁ ଖବର ମିଳିଥିଲା। ଏହାପରେ ଥାନା ଅଧିକାରୀ ଅଭୟ କୁମାର ବେହରାଙ୍କ ନେତୃତ୍ୱରେ ଏକ ଟିମ୍ ସ୍ଥାନୀୟ କୁମୁଟି ସାହି ର ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢଉ କରିଥିଲା। ଏହି ଚଢଉ ସମୟରେ ଘଟଣାସ୍ଥଳରୁ ୩୨ ହଜାର ୪ ଶହ ଟଙ୍କା ଜବତ ହୋଇ ଥିବା ସହିତ ୧୧ ଜଣଙ୍କୁ ଗିରଫ କରାଯାଇଥିଲା। ଏଥିସହିତ ୬ଟି ବାଇକ ମଧ୍ୟ ଜବତ କରାଯାଇଛି।