ସାପ କାମୁଡ଼ାରେ ଭାଇ ଭଉଣୀ ମୃତ

ଆଳି,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ମା’ ପାଖରେ ଶୋଇଥିବା ବେଳେ ଭାଇ ଓ ଭଉଣୀ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ ଶିଶୁ ଦ୍ୱୟ ହେଲେ ଗ୍ରାମର ଅରୁଣ ଦାସଙ୍କ ୧୧ ବର୍ଷର ପୁଅ ଅଭିଷେକ ଦାସ ଓ ୩ ବର୍ଷର ଝିଅ ଭୂମିକା ଦାସ । ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।