ଆଫଗାନିସ୍ତାନରୁ ଫେରିଗଲେ ବ୍ରିଟିଶ ସେନା, ଜନସନ କହିଲେ ସୈନିକଙ୍କ ସାହସିକତା ପାଇଁ ଆମେ ଗର୍ବିତ

କାବୁଲ୍,ଏଜେନ୍ସି: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସେଠାରେ ଉପସ୍ଥିତ ବ୍ରିଟିଶ ସେନାର ଅବଶିଷ୍ଟ ସୈନିକ ନିଜ ଦେଶ ଫେରିଆସିଛନ୍ତି। ବ୍ରିଟିଶ ସୈନିକମାନେ ପ୍ରାୟ ଦୁଇ ଦଶନ୍ଧି ଧରି ଯୁଦ୍ଧ ଦ୍ୱାରା ପ୍ରଭାବିତ ଆଫଗାନିସ୍ତାନରେ ଉପସ୍ଥିତ ଥିଲେ। ତେବେ ଏହି କାମ ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ସୈନିକଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି। ଯେଉଁମାନେ ଏହି କଷ୍ଟଦାୟକ ଅବସ୍ଥାରେ ସେଠାରୁ ବହୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥିଲେ।

ପୂର୍ବରୁ ବ୍ରିଟିଶ ସରକାର ଘଟଣାକୁ ନେଇ ଦୁଃଖ ପ୍ରକାଶ କରିସାରିଛନ୍ତି। ଆଫଗାନିସ୍ତାନରୁ ବାହାରକୁ ଯିବାକୁ ଚିନ୍ତା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରିବା ସମ୍ଭବ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ବ୍ରିଟିଶ ସେନା ପାଇଁ ଲେଖାଯାଇଥିବା ସରକାରୀ ବିବୃତ୍ତିରେ ବୋରିସ୍ ଜନସନ ତାଙ୍କୁ ସୈନିକଙ୍କ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି। ଆଫଗାନିସ୍ତାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସେମାନଙ୍କର ମିଶନ ‘ଅପରେସନ୍ ପିଟିଂ’ର ସଫଳତା ପାଇଁ ସେ ତାଙ୍କ ସୈନିକମାନଙ୍କୁ ଅଭିନନ୍ଦନ ଜଣାଇଛ ।

ବୋରିସ୍ ଜନସନ ତାଙ୍କ ସୈନ୍ୟବାହିନୀକୁ କହିଛନ୍ତି ଯେ ତୁମର ସାହସିକତା ପାଇଁ ଗର୍ବିତ। ବ୍ରିଟିଶ ସୈନକ ଏବଂ କୂଟନୀତିଜ୍ଞଙ୍କୁ ନେଇ କାବୁଲ ବିମାନବନ୍ଦରରୁ ଶେଷ ବିମାନ ଶନିବାର ବିଳମ୍ବିତ ରାତିରେ ଛାଡିଥିଲା। ଆଫଗାନିସ୍ତାନରୁ ସାଧାରଣ ନାଗରିକଙ୍କୁ ନେଇ ବ୍ରିଟେନକୁ ଶେଷ ବିମାନ ମଧ୍ୟ ଏହାର କିଛି ଘଣ୍ଟା ପୂର୍ବରୁ ଛାଡିଥିଲା। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଆଫଗାନିସ୍ତାନରେ ଆମର ସୈନ୍ୟବାହିନୀ ଅନେକ ବଳିଦାନ ଦେଇଛନ୍ତି।