ସିଲଭର ଗାର୍ଲ ଭାବିନାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,ଏଜେନ୍ସି: ପାରାଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ଭାବିନାବେନ୍ ପଟେଲ୍‌। ଟେବୁଲ ଟେନିସରେ ରୌପ୍ୟ ପଦକ ଜିତି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଭାବିନା। ଏନେଇ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ଟୁଇଟ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାବିନାଙ୍କ ଅଭୂତପୂର୍ବ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ଖେଳପ୍ରିୟଙ୍କ ପାଇଁ ଭାରତୀୟ କଣ୍ଟିଜେଣ୍ଟ ଭାବିନା ପଟେଲ ପାରାଅଲିମ୍ପିକ୍ସରେ ରୌପ୍ୟ ଜିତିଛନ୍ତି। ତୁମର ଅସାଧାରଣ ନିଷ୍ଠା ଏବଂ କୌଶଳ ଭାରତ ପାଇଁ ଗୌରବ ଆଣି ଦେଇଛି ବୋଲିି କହିଛନ୍ତି ରାଷ୍ଟ୍ରପତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବିନାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଦେଇଛନ୍ତି। ଭାରତର ଅହମ୍ମଦାବାଦ ଝିଅ ଭାବିନା ପଟେଲ ପାରାଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି। ଦେଶପାଇଁ ରୂପା ପଦକ ଆଣିଛନ୍ତି। ତାଙ୍କର ଏହି ସଫଳତା ପାଇଁ ପ୍ରେରଣାଦାୟକ ଏବଂ ଆଗକୁ ଯୁବପିଢିଙ୍କୁ କ୍ରୀଡା ଆଡକୁ ଆକର୍ଷିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରକାଶ ଥାଉ କି, ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଭାବିନା ବିଶ୍ୱର ନମ୍ବର ୧ ଖେଳାଳି ଚୀନର ୟିଙ୍ଗ ଝୁ’ଙ୍କ ଠାରୁ ପରାସ୍ତ ହୋଇଯାଇଥିଲେ। ସେ ୦-୩ (୭-୧୧, ୫-୧୧, ୬-୧୧)ରେ ତାଙ୍କର ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ହାରି ଯାଇଥିଲେ। ସ୍ୱର୍ଣ୍ଣ ପଦକରୁ ଅଳ୍ପକେ ରହି ରୌପ୍ୟ ପଦକ ଜିତିଛନ୍ତି ଭାବିନା। ପ୍ରଥମ ଥର ପାଇଁ ପାରାଆଲିମ୍ପିକ୍ସରେ ଭାଗ ନେଇଥିଲେ ଓ ଏଥିରେ ତାଙ୍କୁ ପଦକ ମିଳିଛି। ଅନ୍ୟପଟେ ଚୀନର ୟିଙ୍ଗ ଝୁ’ ଷଷ୍ଠ ଥର ପାଇଁ ପାରାଆଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।