Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଉତ୍କଳ ଆଲୁମିନାରେ ‘ଉଜ୍ଜ୍ୱଳ ଉତ୍କଳ’ ପ୍ରେସିଡେଣ୍ଟ ଶ୍ରୀମତୀ ହିନା ବେଗ୍‍ଙ୍କ ଦ୍ୱାରା ଏକକ କଳା ପ୍ରଦର୍ଶନୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଉତ୍କଳ ଆଲୁମିନାରେ ‘ଉଜ୍ଜ୍ୱଳ ଉତ୍କଳ’ ପ୍ରେସିଡେଣ୍ଟ ଶ୍ରୀମତୀ ହିନା ବେଗ୍‍ଙ୍କ ଦ୍ୱାରା ଏକକ କଳା ପ୍ରଦର୍ଶନୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଲିମିଟେଡର ଓଷାପଡାସ୍ଥିତ ଟାଉନସିପ୍‍ରେ ଏକକ କଳା ପ୍ରଦର୍ଶନୀ ଚଳିତ ମାସ ୨, ୩ ଓ ତାରିଖ ତିନିଦିନ ଧରି ଆୟୋଜିତ ହୋଇଯାଇଛି ।

ଉଜ୍ଜ୍ୱଳ ଉତ୍କଳ ଲେଡିଜ୍‍ କ୍ଲବ ପ୍ରେସିଡେଣ୍ଟ ଶ୍ରୀମତୀ ହିନା ବେଗ୍‍ ଅତ୍ୟନ୍ତ ଆନନ୍ଦର ସହିତ ତାଙ୍କର କାନ୍‍ଭାସ, ତୁଳୀ ଓ ରଙ୍ଗ ସବୁକୁ ଏକାଠି କରି ଅର୍ଥପୂର୍ଣ୍ଣ ଭାବରେ ସୃଷ୍ଟି କରିଥିଲେ କିଛି କଳାକୃତି ଏବଂ ଏହି ପ୍ରଦର୍ଶନୀରେ ପ୍ରକୃତି, ମାନବ ଜୀବନ, ମୂଲ୍ୟବୋଧ, ସଂସ୍କୃତି, ଇତିହାସ ଏବଂ ଆମ ଅତୁଲ୍ୟ ଭାରତର ପାରମ୍ପରିକ କଳା ରୂପ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ୩୫ଟି ପେଣ୍ଟିଂ ଏଥିରେ ସ୍ଥାନ ପାଇଥିଲା ।

ଉତ୍କଳରେ ଏହି ଧରଣର ଏହା ଅନ୍ୟତମ ପ୍ରୟାସ ଥିଲା, ଯେଉଁଠାରେ ଶ୍ରୀମତୀ ବେଗ୍‍ ଏହି ଆଦିବାସୀବହୁଳ ଆଭ୍ୟନ୍ତରୀଣ ଅଞ୍ଚଳରେ କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଆଲୋକବର୍ତ୍ତିକା ହେବା ସହିତ ଆମର ଦୈନନ୍ଦିନ ଜୀବନରେ କଳାର ଗୁରୁତ୍ୱ ସମ୍ପର୍କରେ ବାର୍ତ୍ତା ପ୍ରସାର କରିବାକୁ ନିଜର କଳାକୃତିଗୁଡିକ କର୍ମଚାରୀ, ସେମାନଙ୍କ ପରିବାରବର୍ଗ, ସେବା ଯୋଗାଣକାରୀ ସହଭାଗୀ ଏବଂ ସ୍ଥାନୀୟ ଗୋଷ୍ଠୀଗୁଡିକ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ଆମର ଦୈନନ୍ଦିନ ଜୀବନ, ଭାବପ୍ରବଣତା, ସ୍ମୃତି ଆଦି ଉପରେ ପେଣ୍ଟିଂର କିଭଳି ସିଧାସଳଖ ପ୍ରଭାବ ରହିଛି, ସେହି ବାର୍ତ୍ତା ସେ ପ୍ରସାର କରିଥିଲେ । ଏହା ଜରିଆରେ ସେ ଏହି ବାର୍ତ୍ତା ମଧ୍ୟ ପ୍ରସାର କରିଥିଲେ ଯେ ପେଣ୍ଟିଂରେ ସମୟ ଉପଯୋଗ କରିବା ଦ୍ୱାରା ତାହା ଜଣେ ବ୍ୟକ୍ତିକୁ କେବଳ ଶାଶ୍ୱତ ଶାନ୍ତି ପ୍ରଦାନ କରେନାହିଁ, ତାହାସହିତ ଅନ୍ୟମାନଙ୍କ ଆତ୍ମାକୁ ମଧ୍ୟ ଏହା ଛୁଇଁଥାଏ ।

ଶ୍ରୀମତୀ ବେଗ୍‍ ଜଣେ ବେଶ୍‍ ଉତ୍ସାହୀ ଏବଂ ଉଦ୍ୟମୀ ନାରୀ ନେତ୍ରୀ ଯିଏ ଲେଡିଜ କ୍ଲବର କାର୍ଯ୍ୟକ୍ରମଗୁଡିକୁ ଉଚ୍ଚତର ସୋପାନରେ ପହଞ୍ଚାଇଛନ୍ତି ଏବଂ ଉତ୍କଳ ଆଲୁମିନା ପରିସର ଏବଂ ଏହାର ପାରିପାଶ୍ୱିର୍କ ଅଞ୍ଚଳରେ କଳା ଓ ସଂସ୍କୃତିସଂପନ୍ନ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ନିଜର ନିରଳସ ପ୍ରୟାସ ଜରିଆରେ ଉତ୍କଳ ପରିବାରର ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ରହିଆସିଛନ୍ତି ।

“ମୋ ପେଣ୍ଟିଂକୁ ନେଇ ମୁଁ ସ୍ୱପ୍ନ ଦ୍ଣେକ୍ଷ ଏବଂ ମୋ ସ୍ୱପ୍ନକୁ ମୁଁ ପେଣ୍ଟିଂରେ ରୂପ ଦିଏ । ସାରା ବିଶ୍ୱ ଦ୍ୱନ୍ଦ୍ୱ ଓ ପରସ୍ପର ବିରୋଧୀ ଚିନ୍ତାଧାରାରେ ଭରପୂର, ତଥାପି ତାହା ଭିତରେ ମଧ୍ୟ କେଉଁଠି କରୁଣା ରହିଛି । ଆମେ ଏମିତି କିଛି କରିବାକୁ ଆଶା କରିପାରିବା ନାହିଁ, ଯାହା ସମ୍ପୂର୍ଣ୍ଣ ଭାବରେ ଠିକ୍‍ । ଆମେ କେବଳ ଆମ ନିଜ ମଧ୍ୟରେ ଥିବା ସତ୍ୟତାରୁ ସଠିକତା ପରିମାପ କରିପାରିବା । ଏବଂ ଆମର ନିଜସ୍ୱ ସତ୍ୟ କଦାପି ଅନ୍ୟ କାହାସହିତ ସମାନ ହେବନାହିଁ । ଏକ ସରଳ ସ୍ପର୍ଶ ଜରିଆରେ ଯୋଗାଯୋଗ ମାତ୍ର ଏକ ମିନିଟ ମଧ୍ୟରେ ଆମମାନଙ୍କ ସମ୍ପର୍କରେ ଅନେକ କିଛି ଜଣାଇ ପାରିବ । ଏକ ପେଣ୍ଟିଂ ଅଥବା ଏକ ସଂଗୀତ ଭଳି ମୁଁ ଆପଣମାନଙ୍କୁ ସ୍ପର୍ଶ କରିବାକୁ ଚାହେଁ, ଆପଣଙ୍କ ହୃଦୟକୁ ଛୁଇଁବାକୁ ଚାହେଁ । ଏହା କରିବାକୁ ସମ୍ପୂର୍ଣ୍ଣ ଠିକ୍‍ କାର୍ଯ୍ୟଥିଲା ବୋଲି ମୁଁ ଯେଭଳି ନିଶ୍ଚିତ ହେବି, ତାହା କେବଳ ମୁଁ ଚାହେଁ,” ବୋଲି ଶ୍ରୀମତୀ ହିନା ବେଗ୍‍ କହିଥିଲେ ।

ପ୍ରଦର୍ଶିତ ସମସ୍ତ ପେଣ୍ଟିଂ ଅତ୍ୟନ୍ତ ପ୍ରଭାବଶାଳୀ ଓ ଅର୍ଥପୂର୍ଣ୍ଣ ହୋଇଥିଲା ଏବଂ ଏହା ନିଶ୍ଚିତ ଭାବରେ ଆମ ପିଲାମାନଙ୍କୁ କଳା ପ୍ରତି ପ୍ରେରିତ କରିବ ବୋଲି ଏହି ପ୍ରଦର୍ଶନୀ ଅବସରରେ ଦର୍ଶକମାନେ ମତ ଦେଇଥିଲେ ।
ତିନିଦିନିଆ ପ୍ରଦର୍ଶନୀକୁ ପାଞ୍ଚଶହରୁ ଅଧିକ ଦର୍ଶକ ବୁଲି ଦେଖିଥିଲେ ।