ନଦୀରେ ବୁଡ଼ି ବାଳକ ନିଖୋଜ

  • ଜଗତସିଂହପୁର, ଏନ୍ଏନ୍ଏସ୍: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତ ଭରାଗୋଳ ପାଇକା ନଦୀଘାଟରେ ଜଣେ ବାଳକ ଗୋଧୋଉ ଥିବାବେଳେ ନିଖୋଜ ହୋଇଯାଇଛି। ଆମ୍ବେରୀ ଗ୍ରାମର ଅଭିନ୍ନ ମଲ୍ଲିକଙ୍କ ଏକମାତ୍ର ପୁଅ ସୁମନ ମଲ୍ଲିକ(୧୯) ୬ ଜଣ ସାଙ୍ଗମାନଙ୍କ ସହ ବୁଧବାର ମହାନଦୀର ଶାଖା ପାଇକା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଗଭୀର ନଦୀଜଳରେ ଭାସିଯାଇ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସାଙ୍ଗମାନଙ୍କଠାରୁ ଖବରପାଇ ସ୍ଥାନୀୟ ବାସିନ୍ଦା ଖୋଜାଖୋଜି କରିଥିଲେ। ଖବରପାଇ ତିର୍ତ୍ତୋଲ ଅଗ୍ନିଶମ ବିଭାଗର ଅଧିକାରୀ କାର୍ତ୍ତିକ କୁମାର ବିଶ୍ୱାଳଙ୍କ ସମେତ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବୋଟ ସାହାଯ୍ୟରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳି ନଥିଲା।