ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଖଡ଼ିକାପଡା଼ ଗୋହିରା ସାହିରେ ଘଟିଛି ଅଘଟଣ। ରଜରେ ଘୁଷୁରୀ ମାଂସ କାଟିବା ପାଇଁ ଗରମ ପାଣି ନେଇ ଯାଉଥିବା ବେଳେ ନିଜେ ଗରମ ପାଣିରେ ପଡି ଯିବାରୁ ଘଟଣାସ୍ଥଳରେ ବାଳକ ପୋଡି ହୋଇ ଗୁରୁତର ହୋଇପଡ଼ିଛନ୍ତି।
ଗୁରୁତର ବାଳକ ଜଣଙ୍କ ହେଲେ ଖଡ଼ିକାପଡା଼ ଗୋହିରା ସାହିର ରାସ ମୁଣ୍ଡା। ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ସହାୟତା ରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବାଳକର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।