ଭୁବନେଶ୍ୱରରେ ପହଞ୍ଚିଲେ ବିଜୟ ମହାନ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ୨୨ ଘଣ୍ଟାର ଯାତ୍ରା କରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜୟ ମହାନ୍ତି।

ଭୁବନେଶ୍ବରରେ ପହଞ୍ଚିବାପରେ ବିଜୟଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଜୟ ମହାନ୍ତିଙ୍କ ପହଞ୍ଚିବା ଖବର ପାଇବାପରେ ଶୁଭେଚ୍ଛୁଙ୍କ ଭିଡ ଦେଥିବାକୁ ମିଳିଥିଲା। ସୂଚନାଯୋଗ୍ୟ, ବିଜୟ ମହାନ୍ତି ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଚିକିତ୍ସିତ ହେବାର ୧୫ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବାକୁ କହିଥିଲେ। ବୋଲି ସୂଚନା ମିଳିଥିଲା। ହାଇଦ୍ରାବାଦ ହସ୍ପିଟାଲର ଡାକ୍ତର ଏବଂ ଭୁବନେଶ୍ବରରେ ଚିକିତ୍ସିତ ହେବାକୁ ଥିବା ମେଡିକାଲର ଡ଼ାକ୍ତରଙ୍କ ମଧ୍ୟରେ ଆଲୋଚନା ପରେ ତାଙ୍କୁ ସଡ଼କ ପଥରେ ଅଣାଯିବା ପାଇଁ ନିଷ୍ପତି ହୋଇଥିଲା।