ଗଲୱାନ୍ ସଂଘର୍ଷସ୍ଥଳରୁ ପଛକୁ ହଟିଲେ ଚୀନ୍ ଓ ଭାରତ ସେନା

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ ଲଦାଖ‌ ଅନ୍ତର୍ଗତ ଗଲୱାନ୍‌ ଉପତ୍ୟକାରେ ଜୁନ୍‌ ୧୫ରେ ଭାରତ ଓ ଚୀନ ସେନାମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିଲା। ଏହି ସଂଘର୍ଷ ହ୍ରାସ ନିମନ୍ତେ ଭାରତ ଓ ଚୀନ୍‌ ସେ‌ନାଙ୍କ ମଧ୍ୟରେ ବଫର୍ ଜୋନ୍ ସୃଷ୍ଟି କରାଯାଇଛି। ଫଳରେ ସୈନିକ ସଂଘର୍ଷସ୍ଥଳରୁ ଚୀନ୍‌ ଓ ଭାରତର ସୈନିକମାନେ ଏକ କିଲୋମିଟର୍ ପଛକୁ ହଟିଥିବା ଜଣାପଡ଼ିଛି।

ପ୍ରାୟ ଦୁଇ ମାସ ହେବ ଅନେକ ଥର ପୂର୍ବ ଲଦାଖରେ ଭାରତୀୟ ଏବଂ ଚୀନ୍ ସୈନିକମାନେ ତିକ୍ତତାଭରା ବିବାଦରେ ଲିପ୍ତ ରହିଥିଲେ। ଜୁନ୍‌ ୧୫ ତାରିଖ ରାତିରେ ଗଲ୍‌ୱାନ୍‌ ଉପତ୍ୟକାରେ ୨୦ଜଣ ଭାରତୀୟ ସୈନିକଙ୍କୁ ହତ୍ୟା କରାଯିବା ପରେ ତିକ୍ତତା ବଢ଼ିଯାଇଥିଲା। ପୂର୍ବ ଅବସ୍ଥାକୁ ଫେରିଯାଇ ପୂର୍ବ ଲଦାଖ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ପୁନଃ କମାଣ୍ଡର ସ୍ତରୀୟ ବୈଠକର ଆୟୋଜନ କରାଯାଇଥିଲା। ଏହା ପରେ ସୀମାରେ ଆଜି ବଫର ଜୋନ ସୃଷ୍ଟି ହୋଇଥିବା ବେଳେ ଉଭୟ ଦେଶ ସହମତି ଦେଇଥିବା ଜଣାପଡ଼ିଛି।