ରାଜ୍ୟରେ ଆଉ ୨ଟି କରୋନା ରୋଗୀ ମୃତ, ମୋଟ ଗଲାଣି ୩୮ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଉତ୍କଟ ହେବାରେ ଲାଗିଛି। ଆଜି ଆଉ ୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୮ ଛୁଇଁଲା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ୨ ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲାର ୭୭ ବର୍ଷୀୟ ବୃଦ୍ଧ, ସେ ପୂର୍ବରୁ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ। ସେହିପରି ଅନ୍ୟ ଜଣେ ହେଉଛନ୍ତି ଯାଜପୁର ଜିଲ୍ଲାର ୬୪ ବର୍ଷୀୟ ବୃଦ୍ଧ, ସେ ମଧୁମେହ ରୋଗରେ ପୀଡିତ ଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।