ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ପୁଣି ଆଇସୋଲେସନରେ ଭର୍ତ୍ତି

ଇଂଲଣ୍ଡ,ଏଜେନ୍ସି: ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ପୁଣି ଥରେ ଆଇସୋଲେସନରେ ଭର୍ତ୍ତି ହୋଇଛନ୍ତି। ଏନେଇ ନିଜେ ଜନସନ୍ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କୋଭିଡ-୧୯ ଚିହ୍ନଟ କିଛି ଲୋକଙ୍କ ସସ୍ପର୍ଶରେ ଆସିଥିଲି। ତେଣୁ ସଂକ୍ରମିତ ଆଶଙ୍କାକୁ ଦୃଷ୍ଟିରେ ରଖି ନିଜକୁ ଆଇସୋଲେସନରେ ରଖିଛି।

ଜନସନ କହିଛନ୍ତି ମୋ ଶରୀରରେ କରୋନାର ଲକ୍ଷଣ ନାହିଁ। ମୁଁ ସୁସ୍ଥ ଅଛି। କିନ୍ତୁ କୋଭିଡ କଟକଣାକୁ ମାନି ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ କରୋନା କାଳରେ ସରକାରଙ୍କ ଦାୟିତ୍ୱ ପୂର୍ବ ଭଳି ତୁଲାଇବି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଜନସନ ପୂର୍ବରୁ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେହି ସମୟରେ ସେ ଆଇସୋଲେସନରେ ଥାଇ ମଧ୍ୟ ନିଜ କର୍ତ୍ତବ୍ୟରେ ଅବହେଳା କରି ନଥିଲେ।