ଜମ୍ମୁ-କଶ୍ମୀରର ବାରାମୂଳା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର: ଉତ୍ତର କଶ୍ମୀରର ବାରାମୂଳାରେ ସୁରକ୍ଷାବଳକୁ ବଡ଼ ସଫଳତା ମିଳିଛି । ସୁରକ୍ଷା ବଳ ସହ ସଂଘର୍ଷ ସମୟରେ ଲସ୍କର-ଏ-ତୈୟବାର ୧୨ ଲକ୍ଷ ଟଙ୍କା ପୁରସ୍କାର ଥିବା ଆତଙ୍କବାଦୀ ପ୍ରାଣ ହରାଇଛି । ଅନ୍ୟପଟେ ଆହୁରି ୩ରୁ ୪ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଉତ୍ତର କଶ୍ମୀରର ବାରାମୂଳା ଜିଲ୍ଲାର ମାଲବା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବଳ ଓ ସ୍ଥାନୀୟ ପୁଲିସକୁ ସୂଚନା ମିଳିଥିଲା । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ଅନ୍ଧାରର ସୁଯୋଗ ନେଇ ପ୍ରଥମେ ସୁରକ୍ଷା ବଳ ଉପରକୁ ଗୁଳି ଚଳାଇଥିଲେ । ସୁରକ୍ଷା ବଳ ମୋର୍ଚ୍ଚା ସମ୍ଭାଳିବାକୁ ଯାଇ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ଗୁଳି ଚଳାଇଥିଲେ ।