ଦୁଇ ପଞ୍ଚାୟତବାସୀଙ୍କ ସୀମା ବିବାଦ ସମାଧାନ ନୋହିଲା

ବାଲିଗୁଡା,ଏନ୍ଏ‌ନ୍ଏ‌ସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡା ତହସିଲ ଅନ୍ତଃଭୁକ୍ତ ବୁଡୃକିଆ ପଞ୍ଚାୟତର ବାଲିସୁଗା ଓ ମାଦିନାଟା ଓ୍ବାର୍ଡରେ ରହି ଆସୁଥିବା ଅଦିବାସୀ ମାନଙ୍କ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଦୁଇମାସ ତଳେ ଏହାକୁ ନେଇ ଦୁଇ ଓ୍ବାର୍ଡ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ସୀମା ବିବାଦର ସମାଧାନ ପାଇଁ ବାଲିଗୁଡା ତହସିଲଦାରଙ୍କୁ ଦାୟିତ୍ବ ଦିଆଯିବା ପରେ ଆଜି ଉଭୟ ଓ୍ବାର୍ଡ ବାସୀଙ୍କୁ ନେଇ ଆଲୋଚନା ହୋଇଛି।

ତେବେ ଯେଉଁ ସୀମାରେ ବିବାଦ ରହିଛି ସେହି ସ୍ଥାନରେ ବୈଠକ ସହ ଆଲୋଚନା ପାଇଁ ତହସିଲଦାର, ସୁପରଭାଇଜର, ଆର୍‌ଆଇ ପହଞ୍ଚି ଥିବାବେଳେ ବାଲିସୁଗା ଓ୍ବାର୍ଡବାସୀ ଉକ୍ତ ବୈଠକରେ ନପହଞ୍ଚି ସମାଧାନ ଓ ଆଲୋଚନାକୁ ସହଯୋଗ କରିନଥିଲେ। ଫଳରେ ଅନ୍ୟପକ୍ଷ ମାଦିନାଟ ଓ୍ବାର୍ଡବାସୀଙ୍କୁ ତହସିଲଦାର ଅନ୍ୟ ଏକ ଦିନରେ ସମାଧାନ ନେଇ ସହଯୋଗ କରିବା ପାଇଁ ନିବେଦନ କରିବା ସହ ଆଲୋଚନା କରି ଫେରିଥିବା ଦେଖିବାକୁ ମିଳିଛି। ଯଦି ଏହି ସମସ୍ୟାର ସମାଧାନରେ ବିଳମ୍ବ ହୁଏ ଓ ଉଭୟ ପକ୍ଷର ସହଯୋଗ ନମିଳେ ତେବେ ଆଗାମୀ ଦିନରେ ଏହା ଉଗ୍ରରୂପ ନେବ ବୋଲି ଚେତାବନି ଦେଇଛନ୍ତି ମାଦିନାଟ ପଞ୍ଚାୟତବାସୀ।