୩.୧୨ କୋଟିର ନୋଟିସ୍ ଗ୍ରହଣ କଲେ ଚିତ୍ରା

ନୂଆଦିଲ୍ଲୀ,ଏଜେନ୍ସି: ଏନ୍‌ଏସ୍‌ଇର ପୂର୍ବତନ ମୁଖ୍ୟ ଚିତ୍ରା ରାମକ୍ରିଷ୍ଣା ସେବି ପକ୍ଷରୁ ଦିଆଯାଇଥିବା ନୋଟିସ୍ ଗ୍ରହଣ କରିଛନ୍ତି। ଏନ୍‌ଏସ୍‌ଇ ମୁଖ୍ୟ ଭାବରେ କାର୍ଯ୍ୟ କରୁଥିବା ସମୟରେ ଚିତ୍ରା ଜଣେ ହିମାଳୟ ଯୋଗୀଙ୍କ ପରାମର୍ଶରେ ନିଯୁକ୍ତି ପ୍ରଦାନ କରିବା ସହିତ ଏକାଧିକ ଦୁର୍ନୀତିରେ ଲିପ୍ତ ରହିଥିଲେ। ଫେବୃୟାରୀ ୧୧ରେ ଚିତ୍ରାଙ୍କ ଉପରେ ଏହି ଜରିମାନା ଜାରି କରିଥିଲା ସେବି।

୩.୧୨ କୋଟିର ଜୋରିମାନା ପ୍ରଦାନ କଲେ ଚିତ୍ରାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଥିଲା। ୧୫ ଦିନ ମଧ୍ୟରେ ଏହି ଅର୍ଥ ପୈଠ କରାନଗଲେ ତାଙ୍କୁ ଗିରଫ କରାଯିବା ସହିତ ସମ୍ପତ୍ତି ମଧ୍ୟ ଜବତ କରାଯିବ ବୋଲି ଚେତାବନୀ ଦେଇଛି ସେବି।

ଉଲ୍ଲେଖଯୋଗ୍ୟ ଯେ, ଚିତ୍ରାଙ୍କ ସହଯୋଗୀ ଆନନ୍ଦ ସୁବ୍ରମଣ୍ୟମ ହିମାଳୟ ଯୋଗୀ ହୋଇ ଚିତ୍ରାଙ୍କୁ ଫସାଇବା ସହିତ ନିଜକୁ ଗ୍ରୁପ୍ ଅପରେଟିଂ ଅଫିସର ଭାବରେ ପଦୋନ୍ନତି ଦେଇଥିଲା। ଉଭୟ ଚିତ୍ରା ଏବଂ ଆନନ୍ଦ ବର୍ତ୍ତମାନ ସିବିଆଇ ନିକଟରେ ରହିଛନ୍ତି।