ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମମାଡ, ଘର କାନ୍ଥ ଭାଙ୍ଗି ଜଣେ ଆହାତ

ପୁରୀ,ଏନ୍ଏନ୍ଏସ୍: ପୁରୀ ମୁନିସିପାଲିଟି ଅଫିସରେ ଏନଫୋର୍ସମେଣ୍ଟ ଅଧିକାରୀ ଭାବେ କାର୍ଯ୍ୟରତ କାଶିନାଥ ମହାରଣାଙ୍କ ଘର ଉପରକୁ ହୋଇଛି ବୋମାମାଡ। ତିନୋଟି ବୋମାମାଡ କରି ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଦୁର୍ବୁତ୍ତଙ୍କ ବୋମାମାଡରେ କାଶିନାଥଙ୍କ ଝିଅ ଆହତ ହୋଇଥିବା ବେଳେ ଘରର କାନ୍ଥ ଭାଙ୍ଗି ଯାଇଛି। ଗତ ୧୬ ତାରିଖରେ କାଶୀନାଥଙ୍କ ଘରୁ ଦୁର୍ବୁତ୍ତମାନେ ପାରା ଚୋରି କରିଥିଲେ। ଏନେଇ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରିନଥିଲା।

ତେବେ ଗତକାଲି ଅଭିଯୁକ୍ତମାନେ ଥାନାରୁ ଚୋରି କେସ୍ ଉଠାଇବା ପାଇଁ ଫୋନରେ ଧମକ ଦେଇଥିଲେ। ଧମକ ଦେବାର କିଛି ସମୟ ପରେ ଆସି ବୋମା ପକାଇ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି କାଶୀନାଥଙ୍କ ପରିବାର ଲୋକେ।