ଜମିବାଡି ବିବାଦରୁ ବୋମାମାଡ, ୫ ଆହତ

ପୁରୀ.ଏନ୍ଏନ୍ଏସ୍: ପୁରୀ ସଦର ଥାନା ଅନ୍ତର୍ଗତ ଷଣ୍ଢପୁର ଗାଁରେ ବୁଧବାର ଅପରାହ୍ନରେ ବିବାଦୀୟ ଜମି ଦଖଲକୁ କେନ୍ଦ୍ରକରି ବୋମା ମାଡରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏଥିରେ ଗୋଟିଏ ପରିବାରର ୫ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଗୋଡ ଏବଂ ଆଖିରେ ଆଘାତ ଲାଗିଛି। ଆହତଙ୍କ ମଧ୍ୟରେ ୨ଜଣ ମହିଳା ରହିଛନ୍ତି। ଆହତ ୫ ଜଣଙ୍କୁ ପୁରୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବୋମାମାଡ କରିଥିବା ୨ଗୋଷ୍ଠୀ ମଧ୍ୟରେ ଛକାପଞ୍ଚା ଲାଗି ରହିଥିବାରୁ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ କରାଯାଇଛି।