ବାଇକ-ବୋଲେରୋ ଧକ୍କା, ୨ ଗୁରୁତର

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ଉପଖଣ୍ଡ ଶିରିଗୁଡା ଛକଠାରେ ବାଇକ ଓ ବୋଲେରୋ ମଧ୍ୟରେ ମୁହାଁମୁହଁ ଧକ୍କା। ଫଳରେ ଦୁଇଜଣ ବାଇକ ଆରୋହି ଗୁରୁତର ରୂପେ ଆହତ ହୋଇ ଜିଲା ଚିକିତ୍ସାଳୟରେ ଚିକିତ୍ସା ହେଉଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ତାଙ୍କୁ ବିଶାଖାପାଟାଣାସ୍ଥିତ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଯୁବକଙ୍କ ନାମ ଶିବା ବିଡିକା(୨୫) , ରିଙ୍କୁ କାଡ୍ରାକା(୨୩)। ସେମାନଙ୍କ ଗ୍ରାମ ବାରିଝୋଲା ବୋଲି ଜଣାପଡିଛି।

ସୁନଚା ଅନୁଯାୟୀ, ଦୁଇ ଯୁବକ ବୁଧବାର ଗୁମ୍ମାଠାରୁ ରାୟଗଡା ସହର ଅଭିମୁଖେ ବାଇକରେ ଆସୁଥିଲେ। ବିପରିତ ଦିଗରେ କୋରାପୁଟ ଅଭିମୁଖେ ଯାଉଥିବା ବୋଲେରୋ ଭାରସାମ୍ୟ ହରାଇ ଉଭୟଙ୍କ ମଧ୍ୟରେ ସମ୍ମୁଖପଟୁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହି ଗୁରୁତର ଆହତ ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଓ ପୁଲିସ ଜିଲା ଚିକିତ୍ସାଳୟରେ ଭର୍ତି କରିଥିଲେ। ଘଟଣା ପରେ ଉତ୍ୟକ୍ତ ଗ୍ରାମବାସୀ କିଛି ସମୟ ପାଇଁ ୩୨୬ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ତେବେ ଘଟଣାସ୍ଥଳରେ ପୁଲିସ ପହଚିଂ ଲୋକଙ୍କୁ ବୁଝାସୁଝା କଲା ପରେ ରାସ୍ତା ରୋକ ହଟିଥିଲା।