ବଲାଂଗୀର,ଏନ୍ଏନ୍ଏସ୍: ସଂଜୀବ ପାଣିଗ୍ରାହୀ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ସେ ଆସନ୍ତା ସୋମବାର ଦିନ ଶପଥ ନେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ୪ ମାସ ତଳେ କଲେଜିଅମ ଓଡିଶା ହାଇକୋର୍ଟର ବିଚାରପତି ଭାବେ ତାଙ୍କ ନାମ ସୁପାରିଶ କରିଥିଲା । ତେବେ ରାଜ୍ୟ ବାର କାଉନସିଲ ତାଙ୍କ ନିଯୁକ୍ତିକୁ ବିରୋଧ କରିବାରୁ ସେ ସମୟରେ ଆଉ ଶପଥ ନେଇ ପାରିନଥିଲେ । ତେବେ ଆଜି ତାଙ୍କୁ ପୁଣି ଥରେ ବିଧିବଦ୍ଧ ଭାବେ ନିଯୁକ୍ତି ଦିଆଯାଇଛି ।
ସଂଜୀବଙ୍କ ନିଜ ଘର ବଲାଂଗୀର ସଦର ବ୍ଲକ ଅନ୍ତର୍ଗତ ବାରପୁଡଗିଆ ଗାଁରେ । ସେ ରାଜେନ୍ଦ୍ର ମହାବିଦ୍ୟାଳୟରେ ପାଠ ପଢିବା ପରେ ଆଇନ ପାଠ ପଢିଥିଲେ । ଆଇନ ପାଠପଢ଼ା ସାରିବା ପରେ ସେ ସୁପ୍ରିମକୋର୍ଟ ରେ ଆଇନଜୀବୀ ଥିଲେ । ସଂଜୀବ ପ୍ରଥମ ଆଇନଜୀବୀ ଯିଏକୁ ସିଧାସଳଖ ବାରରେ ଅଭ୍ୟାସ କରି ହାଇକୋର୍ଟର ବିଚାରପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି ।