ଯୋଗୀ ସରକାରଙ୍କୁ ପ୍ରଶଂସା କଲେ ଅଭିନେତା ଗୋବିନ୍ଦା, କହିଲେ- ବିକାଶ କରୁଛି ଉତ୍ତରପ୍ରଦେଶ

ବାରବାଙ୍କୀ,ଏଜେନ୍ସି: ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ରବିବାର ଉତ୍ତର ପ୍ରଦେଶର ବାରବାଙ୍କୀ ଗସ୍ତ କରିଥିଲେ। ଏଠାରେ ସେ ଏକ ଘରୋଇ ପ୍ଲାଷ୍ଟିକ୍ କାରଖାନାର ଉଦ୍‌ଘାଟନ ପାଇଁ ପହଞ୍ଚି ଥିଲେ। ଯୋଗୀ ସରକାରଙ୍କୁ ପ୍ରଶଂସାରେ ପୋତିଦେଇଥିଲେ। ଗୋବିନ୍ଦା କହିଥିଲେ ଯେ, ଆଜି ଉତ୍ତର ପ୍ରଦେଶର ପ୍ରତ୍ୟେକ କ୍ଷେତ୍ରରେ ବିକାଶ ହୋଇପାରିଛି। ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟକଳାପରେ ଖୁସିଥିବା ଅଭିନେତା ଗୋବିନ୍ଦା ଏକଦା କଂଗ୍ରେସରୁ ସାଂସଦ ଥିଲେ। ଏବେ କିନ୍ତୁ ସେ ସକ୍ରିୟ ରାଜନୀତି ଠାରୁ ଦୂରରେ ଅଛନ୍ତି। ଗୋବିନ୍ଦା କହିଛନ୍ତି ଯେ, ଆଜି ଧର୍ମ, ଜ୍ଞାନ, ବିଜ୍ଞାନ, ବ୍ୟବସାୟ, ଫିଲ୍ମ ଶିଳ୍ପ ଆଦି କ୍ଷେତ୍ରରେ ଉତ୍ତର ପ୍ରଦେଶ ସରକାର ବହୁତ ଆଗକୁ ଯାଇସାରିଛି। ଗୋବିନ୍ଦା ଉତ୍ତର ପ୍ରଦେଶରେ ଫିଲ୍ମ ସିଟିକୁ ନେଇ ଯୋଗୀ ସରକାରଙ୍କୁ ବହୁତ ପ୍ରଶଂସା କରିଛନ୍ତି।

ଅଭିନେତା ଗୋବିନ୍ଦା କହିଛନ୍ତି ଯେ, ଉତ୍ତର ପ୍ରଦେଶର ପରିସ୍ଥିତି ପୂର୍ବ ତୁଳନାରେ ବହୁତ ଭଲ। ଯୋଗୀ ସରକାର ବିଶେଷ କରି ଫିଲ୍ମ ଶିଳ୍ପ ପାଇଁ ବହୁତ ଭଲ କାମ କରିଛନ୍ତି। ଅନ୍ୟ ରାଜ୍ୟ ତୁଳାନରେ ଉତ୍ତରପ୍ରଦେଶର ସ୍ଥିତି ବହୁତ ଭଲରେ ଅଛି। ସରକାର ଫିଲ୍ମ ଶିଳ୍ପ ପାଇଁ ମଧ୍ୟ କାମ କରୁଛନ୍ତି। ପ୍ଲାଷ୍ଟିକ କାରଖାନା ଉଦ୍‌ଘାଟନ କରି ଗୋବିନ୍ଦା କହିଛନ୍ତି ଯେ, ଏଠାରେ ଯୁବବର୍ଗଙ୍କୁ ରୋଜଗାର ମିଳିବ।