ଖଲିସ୍ତାନୀ ପତାକା ଲଗାଯିବା ପରେ ସତର୍କ ହେଲେ ହିମାଚଳ ସରକାର, ଅନ୍ତଃରାଜ୍ୟ ସୀମା ସିଲ

ଧର୍ମଶାଳା,ଏଜେନ୍ସି: ହିମାଚଳ ପ୍ରଦେଶ ସରକାର ରବିବାର ସମସ୍ତ ଅନ୍ତଃରାଜ୍ୟ ସୀମାକୁ ସିଲ କରିଦେଇଛନ୍ତି। ଏଥି ସହିତ ପୋଲିସ ବିଭାଗକୁ ଚେକିଂ ଆଦେଶ ଦେଇଛନ୍ତି। ଡିଜିପିଙ୍କ ତରଫରୁ କୁହାଯାଇଛି ଯେ, ରାଜ୍ୟକୁ ଆସୁଥିବା ସମସ୍ତ ବାହନରେ ଥିବା ଜିନିଷ ପତ୍ରକୁ ଯାଞ୍ଚ କରାଯାଉ। ଏଥି ସହିତ ରାତ୍ରିକାଳୀନ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିଦିଆଯାଇଛି।

ସୂଚନାଯୋଗ୍ୟ, ଦିନକୁ ପର୍ବରୁ ଧର୍ମଶାଳାରେ ବିଧାନସଭାର ଗେଟ ଉପରେ ଖଲିସ୍ତାନୀ ପତାକା ଉଡୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ସରକାର ଆଲର୍ଟ ହୋଇଯାଇଛନ୍ତି। ବିଧାନସଭା ପରିସରରେ ଥିବା ଗେଟ ଓ ଚାରଦୀୱାରୀ ଉପରେ ଖଲିସ୍ତାନ ସମର୍ଥକଙ୍କ ଚିତ୍ର ମଧ୍ୟ ଅଙ୍କା ଯାଇଛି। ଏହା ପରେ ଅନ୍ତଃରାଜ୍ୟ ସୀମାରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରିଦିଆଯାଇଛି।

ହିମାଚଳ ପ୍ରଦେଶର ପୁଲିସ ମହାନିର୍ଦ୍ଦେଶକ ସଂଜୟ କୁଣ୍ଡୁ ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ରାଜ୍ୟରେ ପ୍ରବେଶ କରୁଥିବା ବାହନଗୁଡ଼ିକୁ ନିଶ୍ଚିତ ଭାବେ ଯାଞ୍ଚ କରାଯାଉ। ବିନା ଯାଞ୍ଚରେ ଗାଡ଼ିଗୁଡ଼ିକୁ ପ୍ରବେଶ ପାଇଁ ଅନୁମତି ଦିଆ ନଯାଉ।