ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା ଜିଲ୍ଲା By Nitidin Last updated Feb 9, 2020 Share ବଲାଙ୍ଗିର,ଏନ୍ଏନ୍ଏସ୍: ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା। ବଲାଙ୍ଗିର ପାଟଣାଗଡ଼ ନିକଟ ଘୁମେର ଓ ପପିଆ ଗାଁ’ର କିଛି ତୀର୍ଥଯାତ୍ରୀ ପୁରୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏକ ବୋଲେରୋ ଯୋଗେ ଯାଉଥିବା ବେଳେ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ବଲାଙ୍ଗିର ସୋନପୁର ରାସ୍ତାରେ ବାଇପାସ୍ଠାରେ ଏକ ଟ୍ରକକୁ ପଛପଟୁ ବୋଲେରୋ ଧକ୍କା ଦେଇଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେଠାରୁ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଛନ୍ତି। ମୃତକ ଜଣଙ୍କ ହେଲେ ତେଜ ବାଘ ଓ ସକୁନ୍ତଳା ସାହୁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତି ଆରମ୍ଭ କରିଛି। Share