ବାରାଣସୀ,ଏଜେନ୍ସି: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ୪୪ ଦିନିଆ ଭାରତ ଗସ୍ତରେ ଆଜି ସେ ବନାରସରେ ପହଞ୍ଚିଛନ୍ତି। ରବିବାର ସକାଳ ପାଖାପାଖି ୧୦ଟାରେ ସେ ବନାରସରେ ପହଞ୍ଚିଥିବା ବେଳେ ବାରାଣସୀ ଏୟାରପୋର୍ଟ ନିର୍ଦ୍ଦେଶକ ଆକାଶଦୀପ ମାଥୁର ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଛନ୍ତି।
ଏହି ସମୟରେ ସିଆଇଏସଏଫର କମାଣ୍ଡର ସୁବ୍ରତ ଝା ମଧ୍ୟ ଏୟାରପୋର୍ଟରେ ଉପସ୍ଥିତ ଥିଲେ। ପରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇ ମହାଦେବଙ୍କୁ ଦର୍ଶନ କରିଥିଲେ। ଏହାପରେ ଭଗବାନ ବୁଦ୍ଧଙ୍କ ପ୍ରଥମ ଧର୍ମ ଉପଦେଶ ସ୍ଥଳୀରେ ଦର୍ଶନ କରିଛନ୍ତି।