ଝାରସୁଗୁଡ଼ା, ଏନ୍ଏନ୍ଏସ୍: ବଡ଼ମାଲ ଥାନା ଅନ୍ତର୍ଗତ ହିରମା ରାସ୍ତାରେ ବଲେରୋ ଧକ୍କାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ନାମ ଜୀବର୍ଦ୍ଧନ ଭଏଁସା(୩୦) ଓ ତାଙ୍କ ଘର କଟାଟିକ୍ରା ବୋଲି ଜଣାପଡ଼ିଛି। ସ ଖେରୁଆଲଠାରେ ଜନସେବାକେନ୍ଦ୍ର ଖୋଲିଥିଲେ। ପୁଲିସ ବଲେରୋ ଜବତ କରି ଡ୍ରାଇଭର ସଞ୍ଜୟ ପ୍ରଧାନକୁ ଗିରଫ କରିଛି। ବଲେରୋଟି ଜାମଗାଁ ଅଞ୍ଚଳର ବୋଲି ପୁଲିସ କହିଛି।