ଧାରଣାରୁ ଓହରିଲେ ନର୍ସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କର୍ତବ୍ୟରତ ନର୍ସଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ ମରା ଘଟଣାରେ ନର୍ସମାନେ ଧାରଣାରେ ବସି ରହିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ହସ୍ତକ୍ଷେପ ପରେ ବଲାଙ୍ଗୀର ଜିଲ୍ଲାପାଳ ଓ ଏସ୍.ପି ଘଟଣାସ୍ଥଳରେ ପହଂଚି ଧାରଣାରତ ନର୍ସମାନଙ୍କ ସହ ଆଲୋଚନା କରିଥିଲେ । ନର୍ସମାନଙ୍କ ମୁଖ୍ୟଦାବି ଅନୁଯାୟୀ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ୭ ଦିନ ମଧ୍ୟରେ ଗିରଫ କରିବା ପାଇଁ ଏସ୍.ପି. ପ୍ରତିଶ୍ରୁତି ଦେବା ପରେ ନର୍ସମାନେ ଧାରଣାରୁ ଓହରିଥିଲେ ।