ବଲାଙ୍ଗିର,ଏନ୍ଏନ୍ଏସ୍ : କରୋନା କୁ ନେଇ କଟକଣା ଜାରି ହେବ ପରେ କେତେକ ଅସାଧୁ ବ୍ୟବସାୟୀ ଏହାର ଫାଇଦା ନେବା ପାଇଁ ଉଦ୍ୟମ କରୁଛନ୍ତି । ଅହେତୁକ ଭାବେ ସେମାନେ ଅତ୍ୟାବଶ୍ୟକ ସାମଗ୍ରୀ ର ଦର ବୃଦ୍ଧି କରିଛନ୍ତି । ଲକ ଡାଊନ ହେବ ପୂର୍ବରୁ ଆଲୁ କିଲୋ ପିଛା ଦର ୨୦ ତାଙ୍କ ଥିବା ବେଳେ ତାହା ଏବେ ୩୦ ରୁ ୪୦ ତାଙ୍କ ଦରରେ ଖୁଚୁରା ବଜାର ରେ ବିକ୍ରି ହେଉଛି। ଏ ନେଇ ଅଭିଯୋଗ ହେବା ପରେ ଖୁଚୁରା ବ୍ୟବସାୟୀ ମନକୁ ଦରବୃଦ୍ଧି ସମ୍ପର୍କରେ ପଚରା ଯାଇଥିଲା । ହୋଲସେଲର ଦରବୃଦ୍ଧି କରିଥିବାରୁ ଆମେ ଦରବୃଦ୍ଧି କରିଛୁ ବୋଲି ଖୁଚୁରା ବିକ୍ରେତା ମାନେ କହିଥିଲେ । ଏହାପରେ ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର , ସଦର ଏସ୍ଡିପିଓ ଶ୍ରୀମନ୍ତ ବାରିକ ଓ ଟାଉନ ଥାନା ଅଧୀକରି ପୁଲିସ ଫୋର୍ସ ବଲାଙ୍ଗୀର ଡେଲିମାର୍କେଟସ୍ଥିତ ବିଜୟ ଆଳୁ ଭଣ୍ଡାର, ମାରୁତି ଆଳୁ ଗୋଦାମ ଓ ପବନ କୁମାର ଏଣ୍ଡ କୋ. ଗୋଦାମରେ ସକାଳ ଚଢ଼ାଉ କରିଥିଲେ ।
ଏହି ତିନି ହୋଲସେଲର ସେମାନଙ୍କର ୱେବିଲ, ଜିଏସ୍ଟି ବିଲ ଦେଖାଇ ପାରି ନ ଥିଲେ । ଫଳରେ ସେମାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ଜିଲାପାଳ ମିଶ୍ର କହିଛନ୍ତି। ହୋଲସେଲରଙ୍କଠାରୁ ଆଳୁ, ପିଆଜ ମୂଲ୍ୟ ବୃଦ୍ଧି ପରେ ଖୁଚୁରା ବେପାରୀମାନେ ବଜାରରେ ଆଳୁ କେଜି ୪୦ ଟଙ୍କା ଓ ପିଆଜ କେଜି ୪୫ ଟଙ୍କାକୁ ବୃଦ୍ଧି କରି ବିକ୍ରି କରୁଥିବା ଜଣାପଡିଛି । ଏହା ସହିତ ଗାନ୍ଧୀନଗରପଡାସ୍ଥିତ ସୁରୁଚି ମାର୍କେଟରେ ଅଚାନକ୍ ଚାଉଳ ମୂଲ୍ୟ ବୃଦ୍ଧି କରାଯାଇଥିବା ଅଭିଯୋଗ ହୋଇଥିଲା । ଏଠାରେ ଚାଉଳ କେଜି ମୂଲ୍ୟ ୪୦ରୁ ୫୦ ଟଙ୍କା ଯାଏ ବିକ୍ରି କରାଯାଉଥିଲା । ତେବେ ଏହି କଲଜାର କରୁଥିବା ବେପାରୀଙ୍କ ବିରୁଦ୍ଧରେ କଡା କାର୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜନସାଧାରଣ ରେ ଦାବି ହେଉଛି।