ବଲାଙ୍ଗିରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିରରେ ଶୁକ୍ରବାର ଜବରଦଖଲ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳର ଜବରଦଖଲ ଯୋଗୁଁ ବିଭିନ୍ନ ଡ୍ରେନ ଜାମ ହେବା ସହିତ ରାସ୍ତାରେ ଟ୍ରାଫିକ ସମସ୍ୟା ଉତ୍କଟ ହୋଇଥିଲା । ବିଶେଷ କରି ଏଥି ଯୋଗୁଁ ଲୋକେ ବିଗତ ବନ୍ୟାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେବେ ନୂଆଁଖାଇ ପରେ ଜବରଦଖଲ ଉଚ୍ଛେଦ ହେବବୋଲି ପୌରପ୍ରଶାସନ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ପୌରପ୍ରଶାସନ ତରଫରୁ ଶୁକ୍ରବାର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପୁଲିସ ଉପସ୍ଥିତିରେ ଆରମ୍ଭ ହୋଇଛି ବୋଲି ପୌରନିର୍ବାହୀ ଅଧିକାରୀ ବିପିନ ଦୀପ କହିଛନ୍ତି।