୭୦ ବର୍ଷର ବୃଦ୍ଧାଙ୍କୁ ଜଙ୍ଗଲରୁ ଉଦ୍ଧାର କଲେ ସିଆରପିଏଫ ଯବାନ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ଲୋଡରା ଜଙ୍ଗଲରୁ ୫ଦିନ ଧରି ନିଖୋଜ ଥିବା ଉକ୍ତ ଗାଁ’ର ମଙ୍ଗଳବାଇ ପହରିଆ(୭୦)କୁ ସିଆରପିଏଫ ଯବାନମାନେ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ ଧରମବନ୍ଧାସ୍ଥିତ ସିଆର୍‌ପିଏଫ୍‌ କ୍ୟାମ୍ପର ଯବାନମାନେ କମ୍ବି ଅପରେସନ ବେଳେ ବୃଦ୍ଧାଙ୍କୁ ଦେଖି ଏକ ଷ୍ଟ୍ରେଚର ତିଆରି କରି ୫କିଲୋମିଟର ବୋହି ନେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏ ନେଇ ଗ୍ରାମବାସୀ ଯବାନମାନଙ୍କ ପ୍ରଶଂସା କରିଥିଲେ।