ସଇଁନ୍ତଲାରେ ବୋଇତ ବନ୍ଦଣ ଉତ୍ସବ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲାରେ ବ୍ଲକସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ସ୍ଥାନୀୟ ଡାକ ବଙ୍ଗଳାରେ ପାଳିତ ହୋଇଯାଇଛି । ଏହି ଉତ୍ସବ ସାମାଜିକ ଆବାହକ କୃଷ୍ଣ ଚନ୍ଦ୍ର ସାହୁଙ୍କ ଆହ୍ୱାନରେ ପାଳନ କରାଯାଇଛି । ଛବିଲାଲ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାମାଜିକ ସଭା ଅନୁଷ୍ଠିତ ହୋଇଛି । ପ୍ରଥମେ ସାମାଜିକ ସ୍ତରରେ ସମାଜର ଇଷ୍ଟ ଦେବୀ ମା’ ଚଣ୍ଡୀ ସମଲେଇଙ୍କଠାରେ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମା’ ଚଣ୍ଡୀଙ୍କଠୁ ଦର୍ଶନ କରି ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ପରେ ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗୀର ସରକାରୀ ମହିଳା ବିଦ୍ୟାଳୟ ଅଧ୍ୟାପକ ବିିଭୂତି ଭୂଷଣ ସାହୁ, ମୁଖ୍ୟବକ୍ତା ଭାବେ ବଲାଙ୍ଗିର ଜିଲ୍ଲା ହାସ୍ୟକବି ଅର୍ଜୁନ ଚରଣ ସାହୁ ଯୋଗ ଦେଇଥିବାବେଳେ ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ସାହୁ, ଶିକ୍ଷାବିତ ବରୁଣ ସାହୁ, ପୂର୍ବତନ ସଭାପତି ମଧୁସୁଦନ ସାହୁ, ପୂର୍ବତନ ସଭାପତି ପାଣ୍ଡବ ସାହୁ ଓ ସାମାଜିକ ଉପଦେଷ୍ଟା ପାଣ୍ଡବ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜର ସମସ୍ତ ସଦସ୍ୟମାନେ ଭାଇଚାର ରଖିବା ସହ ଶିକ୍ଷାଯୁକ୍ତ ନିଶା ମୁକ୍ତ କରିବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗାଁର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।