ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାସ୍ଥିତ ବାଲିିମେଳା ଜଳ ଭଣ୍ଡାରରେ ଆଜି ଏକ ଦେଶୀ ଡଙ୍ଗା ବୁଡ଼ି ୩ ଜଣ ନିଖୋଜ ଥିବାବେଳେ ୮ଜଣ ପହଁରି ପହଁରି ଡଙ୍ଗା ଘାଟକୁ ଆସିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ନାକାମାମୁଡ଼ି ପଂଚାୟତ ଅନ୍ତର୍ଗତ ଦାମଦୋରବେଡ଼ା ଗ୍ରାମର ୧୧ଜଣ ବ୍ୟକ୍ତି ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଓରାପଦର ଡଙ୍ଗା ଘାଟରୁ ବକୁଲି ଗ୍ରାମକୁ କୌଣସି କାର୍ଯ୍ୟରେ ଯାଉଥିଲେ। ଏହି ସମୟରେ ଜଳ ଭଣ୍ଡାର ମଧ୍ୟରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ଫଳରେ ଏଥିରେ ଥିବା ୧୧ଜଣଙ୍କ ମଧ୍ୟରୁ ୮ଜଣ ପହଁରି ପହଁରି ଡଙ୍ଗା ଘାଟକୁ ଆସିଥିବାବେଳେ ୩ଜଣ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜଙ୍କ ମଧ୍ୟରେ ଜଣେ ୧୦ ମାସର ଶିଶୁଙ୍କ ସହ ଜଣେ ମହିଳା ଓ ବୃଦ୍ଧା ଥିବା ଜଣାପଡ଼ିଛି।