ଚନ୍ଦ୍ରଭାଗାରେ ବୁଡିଲା ଡଙ୍ଗା: ଜଣେ ନିଖୋଜ

କୋଣାର୍କ,ଏନ୍ଏନ୍ଏସ୍: ଚନ୍ଦ୍ରଭାଗାରେ ଅଘଟଣ। କୋଣାର୍କ ଚଦ୍ରଭାଗା ସମୁଦ୍ରରେ ଡ଼ଙ୍ଗା ବୁଡି ଜଣେ ନିଖୋଜ ରହିଥିବା ବେଳେ ୪ ଜଣ ସୁରକ୍ଷିତ ଭାବେ କୂଳକୁ ଚାଲି ଆସିଛନ୍ତି। ସୂଚନାନୁସାରେ, ଗୁରୁବାର ରାତିରେ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ। ମାଛ ଧରିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା। ୪ ଜଣ ମତ୍ସ୍ୟଜୀବୀ ପହଁରି କୂଳକୁ ଚାଲି ଆସିଥିଲେ। କିନ୍ତୁ ଜଣେ ଆସିପାରି ନଥିଲେ। ଏବେସୁଦ୍ଧା ସେ ନିଖୋଜ ଅଛନ୍ତି। ନିଖୋଜ ମତ୍ସ୍ୟଜୀବୀ ହେଲେ ନୋଳିଆ ସାହିର ଆପୋଲୋ ରାଜୁ। ଖବର ପାଇ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।