Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଏମସି ଉଜାଡ଼ିଦେଲା ଶିବ ଶଙ୍କରଙ୍କ ବେଉସା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଏମସି ଉଜାଡ଼ିଦେଲା ଶିବ ଶଙ୍କରଙ୍କ ବେଉସା

ଅସହାୟଙ୍କୁ ଆଉ ମିଳିବନି ସହାୟତା!

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ପ୍ରତ୍ୟେକ ଆରଟିଓରୁ ଦଲାଲମୁକ୍ତ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହି ପଦକ୍ଷେପରେ ଉଜୁଡ଼ି ଯାଇଛି ଜଣେ ଗରିବ ଅସହାୟଙ୍କୁ ସାହାଯ୍ୟ କରୁଥିବା ଚା’ ବ୍ୟବସାୟୀଙ୍କ ଦୋକାନ। ଆଚାର୍ଯ୍ୟ ବିହାର ଆରଟିଓ ସମ୍ମୁଖରେ ଦୀର୍ଘ ୪୦ ବର୍ଷ ହେବ ଚା’ ଦୋକାନ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ସହିତ ଚା’ ବିକ୍ରିରୁ ମିଳୁଥିବା ଲାଭାଂଶରୁ ଅସହାୟ, ଗରିବ, ନିରୀହ ଓ ଦିବ୍ୟାଙ୍ଗମାନଙ୍କୁ ସହାୟତା ଯୋଗାଇଥାନ୍ତି। ବୋଧହୁଏ ଏହାପରଠାରୁ ଆଉ ଅସହାୟଙ୍କୁ ସହାୟତା ଯୋଗାଇ ପାରିବେନି ସମାଜସେବୀ ଶିବ ଶଙ୍କର ଜେନା।

ଉଚ୍ଛେଦରେ ତାଙ୍କ ଚା’ ଦୋକାନକୁ ସୋମବାର ବିଏମସିି, ବିଡିଏ, ଜିଏ ଓ ପୁଲିସର ମିଳିତ ଉଚ୍ଛେଦକାରୀ ଦଳ ଜୋର୍ ଜବରଦସ୍ତ ଭାଙ୍ଗି ଦେଇଛନ୍ତି। ଶିବ ଶଙ୍କରଙ୍କ ବାପା ସୁରେନ୍ଦ୍ର ଜେନା ବହୁ ବର୍ଷ ପୂର୍ବରୁ ସେହି ଜାଗାରେ ଚା’ ଦୋକାନ କରିଥିଲେ। ପୁଅ ଶିବ ସୁନ୍ଦର ଚା’ ଦୋକାନକୁ ଆସିବା ପରଠାରୁ ଶିବ ଚା’ ବିକିବା ଆରମ୍ଭ କରିଥିଲେ।

ଚା’ ବିକିବା ଦିନଠାରୁ ଶିବ ସୁନ୍ଦର ଚା’ର ଲାଭାଂଶରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡଙ୍କୁ ପ୍ରଦାନ କରିବା ସହିତ ବରଗଡ଼ର ଦିବ୍ୟାଙ୍ଗ ପରିବାରକୁ ହ୍ୱିଲ୍ ଚେୟାର ପ୍ରଦାନ, ଟ୍ରାଫିକ୍ ପୁଲିସ୍ମାନଙ୍କୁ ଖରାଦିନେ ଥଣ୍ଡାପାନୀୟ ବଣ୍ଟନ, କ୍ୟାପିଟାଲ ହସ୍ପିଟାଲରେ ଅଚଳ ହୋଇଥିବା ମେସିନ୍କୁ ସଜାଡ଼ିବା ପାଇଁ ଅର୍ଥ ପ୍ରଦାନ କରିଥାନ୍ତି। ତେବେ ଶିବ ଶଙ୍କରଙ୍କ ସହାୟତା ଏତିକିରେ ସୀମିତ ନାହିଁ ବରଂ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ନିଖୋଜ ଶିଶୁମାନଙ୍କ ପାଇଁ ସେଚତନତା କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ପରିବେଶ ସୁରକ୍ଷା ପାଇଁ ସେଚତନତା କାର୍ଯ୍ୟକ୍ରମ କରିଆସୁଥିଲେ।

ସେହିପରି ବାଲେଶ୍ୱରର କିଡନୀ ରୋଗରେ ପୀଡ଼ିତ ୧୧ବର୍ଷ ଝିଅକୁ ଔଷଧ ପାଇଁ ଅର୍ଥ ପ୍ରଦାନ କରିବା ଭଳି ବହୁ ଜନହିତକର କାର୍ଯ୍ୟ କରିଆସୁଛନ୍ତି। ଶିବଙ୍କର ଏହି ମହନୀୟତା ପାଇଁ ୧୦୦ରୁ ଊଦ୍ଧ୍ୱର୍ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ତାଙ୍କୁ ପୁରସ୍କୃତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଶିବ ଶଙ୍କରଙ୍କୁ ଥଇଥାନ କରିବା ପାଇଁ ନଗର ଉନ୍ନୟନ ବିଭାଗକୁ ଚିଠି ଆସିଥିବାବେଳେ ଶିବସୁନ୍ଦରଙ୍କୁ ଓମ୍ଫେଡ୍ର ମାର୍କେଟିଂ ଡିଭିଜନ ତରଫରୁ ମଧ୍ୟ ଚିଠି କରାଯାଇଛି। ଏହା ସତ୍ତେ୍ୱ ଉଚ୍ଛେଦକାରୀ ଦଳ କେଉଁଭଳି ଭାବରେ ଶିବଙ୍କର ଚା’ ଦୋକାନକୁ ଭାଙ୍ଗିଦେଇଛନ୍ତି ବୁଦ୍ଧିଜୀବୀ ମହଲରେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯଦି ଶିବ ଶଙ୍କରଙ୍କୁ ତୁରନ୍ତ ଥଇଥାନ କରାନଯାଏ ତେବେ ହଜାର ହଜାର ଉଠାଦୋକାନୀଙ୍କ ସମେତ ଶିବଙ୍କଠାରୁ ସାହାଯ୍ୟ ପାଇଥିବା ଅସହାୟ, ନିରାଶ୍ରୟ ଓ ଦିବ୍ୟାଙ୍ଗମାନେ ନବୀନ ନିବାସ ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି।