Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସାମାଜିକ ଦୂରତ୍ୱକୁ ଫୁ : ଜନଧନ ଖାତରୁ ଟଙ୍କା ଉଠାଇବା ପାଇଁ ମାନିଲେନି ଲୋକେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସାମାଜିକ ଦୂରତ୍ୱକୁ ଫୁ : ଜନଧନ ଖାତରୁ ଟଙ୍କା ଉଠାଇବା ପାଇଁ ମାନିଲେନି ଲୋକେ

ଦେବଗଡ଼,ଏନ୍ଏଡ଼୍ଏସ୍ : ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣ ରୋକିବା ନେଇ ସାମାଜିକ ଦୂରତା ଉଦ୍ଦେଶ୍ୟରେ ଦେଶକୁ ଲକଡାଉନ କରା ଯାଇଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ମାତ୍ର ଅନେକ ସ୍ଥାନରେ ଜନ ସାଧାରଣ ସାମାଜିକ ଦୂରତାକୁ ପାଳନ କରୁ ନ ଥିବାରୁ ରାଜ୍ୟର ଅନେକ ସ୍ଥାନରେ କରୋନା ସଂକ୍ରମଣ ସଂଖ୍ୟା କମିବାର ନାଁ’ ନେଉ ନାହିଁ । ଲକ ଡାଉନ ନିୟମ ପାଳନ ନକରି ପ୍ରତ୍ୟେକ ଦିନ ଏକାଧିକ ଜନସାଧାରଣ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିଲେ ହେଁ ସୁଧିରୀବାର ନାଁ’ ନେଉନ ଥିବା ଦେଖିବାକୁ ମିଳୁଛି । କେତେ ବେଳେ ସାପ୍ତାହିକ ବଜାରରେ ଜନଗହଳି ତ କେତେବେଳେ ଗାଁ’ ମଣ୍ଡପ ଗୁଡିକରେ ଜନସାଧାରଣ ଗୋଟିଏ ସ୍ଥାନରେ ବସି ରହି ସାମାଜିକ ଦୂରତ୍ୱକୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି ।

ଆଜି ଦେବଗଡ ସହରରେ ଥିବା ବିଭିନ୍ନ ବ୍ୟାଙ୍କ ଗୁଡିକରେ ପ୍ରବଳ ଗହଳି ହୋଇଥିଲା। ବ୍ୟାଙ୍କ ପରିସରରୁ ରାସ୍ତା ଯାଏଁ ବହୁ ପୁରୁଷ ଓ ମହିଳା ସେମାନଙ୍କ ଜନଧନ ଜମା ଖାତାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜମା କରାଯାଇଥିବା ୫ଶହ ଟଙ୍କାକୁ ଉଠାଣ ପାଇଁ ସାମଜିକ ଦୂରତ୍ୱକୁ ଫୁ କରି ଲମ୍ବା ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ଷ୍ଟେଟ ବ୍ୟାଙ୍କ ,ଓରିଏଂଟାଲ ବ୍ୟାଙ୍କ ଅଫ କମର୍ସ , ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଓ ପିଏନବି ଆଦି ବ୍ୟାଙ୍କ ସମ୍ମୁଖରେ ଜନଗହଳି ବଢିବାରୁ ପୁଲିସ ପହଚିଂ ଉକ୍ତ ସ୍ଥାନ ଗୁଡିକରେ ସାମାଜିକ ଦୂରତ୍ୱ ପାଇଁ ହସ୍ତକ୍ଷେପ କରୁଥିବା ଦେଖିବାକୁ ମିଳିଥିଲା ।