ଦୁର୍ଘଟଣାରେ ୩ ମୃତ୍ୟୁ, ୨ଗୁରୁତର

ବଣାଇ : ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଗାଡ଼ି ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନା ହେତୁ କେତେ ନୀରିହ ଜୀବନ ବଳି ପଡ଼ୁଛି। ଏଥିରେ କାହାର ସଂସାର ଭାସିଯାଉଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ନାଗାଡିହି ଠାରେ । ୨ ବାଇକ୍ ଆରୋହୀ ଯାଉଥିବା ବାଟରେ ବେପରୁଆ ହୋଇ ଗାଡ଼ି ଚଳାଉଥିବାରୁ ରାସ୍ତା କଡ଼ରେ ଥିବା ଏକ ଖୁଂଟରେ ପିଟି ହୋଇ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କୁଣ୍ଡେଇଡିହାରେ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ଓ ୨ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି। ବର୍ତମାନ ସୁଦ୍ଧା ବି ଘଟଣା ସ୍ଥଳରେ ପୁଲିସ୍ ପହଂଚି ନଥିବା ସୂଚନା ମିଳିଛି।