ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଝାରସୁଗୁଡା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୪୧ ୟୁନିଟ୍ ରକ୍ତ ସଂଗହ କରାଯାଇ ଜିଲ୍ଲା ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ରାଜ୍ୟ ସମ୍ପାଦକ ବିଜେପି ଓଡିଶା ଟଙ୍କଧର ତ୍ରିପାଠୀ ଯୋଗଦେଇ କହିଛନ୍ତି ରକ୍ତଦାନ କରି ଦେଶରେ ରକ୍ତଭାବ ଜନିତ ମୃତ୍ୟୁକୁ ରୋକାଯାଇ ପାରିବ। ତେଣୁ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ରକ୍ତଦାନ କରନ୍ତୁ । ଆଜିର ରକ୍ତଦାନ ଶିବିରରେ ଝାରସୁଗୁଡା ଟାଉନ ସଭାପତି ନେତାଜୀ ପଟ୍ଟନାୟକ, ବଲବିନ୍ଦର ସିଂ, ପୁରୁଷୋତ୍ତମ ଥିରାନୀ, ନିଳାମ୍ବର ଡନସନା, ରିତେଶ ସୋନକର, ରବି ଶାହା, ମନୋଜ କଲେତ, ଜିତୁ ପୂଜାରୀ, ଶ୍ଲୋକ ସରନ ପ୍ରମୁଖ ଉପସ୍ଥିତ ଥିଲେ। ଝାରସୁଗୁଡା ବ୍ଲଡ ବ୍ୟାଙ୍କର ଅଫିସର ଶେନ୍ୱନ୍ତି ଜୋଜୋ, ଘନେଶ୍ୱର ପଟେଲ, ଦିଲ୍ଲୀପ କୁମାର ବାନଛୋର ପ୍ରମୁଖ ଉପସ୍ଥିତ ରହି ରକ୍ତସଂଗ୍ରହ କରିଥିଲେ ।