ରକ୍ତଦାନ ଶିବିର , ୫୯ ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅର୍ଜୁଣ୍ଡା ପଞ୍ଚାୟତ ହାଇସ୍କୁଲ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାଆ ସମଲେଶ୍ୱରୀ ପୂଜା କମିଟି ଓ ଓଡିଶା ମୋ ପରିବାର ର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ପୂର୍ବତନ ମନ୍ତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏହି ଶିବିରକୁ ଉଦଘାଟନ କରିଥିଲେ। ଓଡିଶା ” ମୋ ପରିବାର” ବରଗଡ଼ ଜିଲ୍ଲା ମୁଖ୍ୟ ସଂଯୋଜକ ଗୌରହରି ମିଶ୍ର, ମୁଖ୍ୟବକ୍ତା ଭାବେ ଆଶୁକବି ତଥା ଭେଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁରଲୀ ଧର ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁବାସ ହୋତା, ଅର୍ଜୁଣ୍ଡା ସରପଞ୍ଚ ଚିତ୍ରରେଖା ଦଣ୍ଡସେନା, ସଂକ୍ରିଡା ସରପଞ୍ଚ ଶୁସାନ୍ତ ସାହୁ, ଭେଡେନ ବିଜୁ ଜନତା ଦଳ ସଭାପତି ହରିଶଙ୍କର ବେହେରା, ତୋଷବନ୍ତ ବେହେରା, ପୂର୍ବତନ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପାଢ଼ୀ, ସତ୍ୟଜିତ ପୁରୋହିତ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଶିବିରରେ ୫୯ ୟୁନିଟ୍ ରକ୍ତସଂଗ୍ରହ ହୋଇଥିଲା। ମାଆ ସମଲେଶ୍ୱରୀ ପୂଜା କମିଟିର ମୁଖ୍ୟ ସଂଯୋଜକ ରାଜେଶ ପାଢୀ, ରାଜୀବ ପାଣ୍ଡେ, ସତ୍ୟ ପେରା, ସଞ୍ଜୀବ ପାଢୀ, ଜାମପଂନା ସତବାବୁ, ଜାମପଂନା ରାମ ରାଜୁ, ଜାମପଂନା ଅର୍ଜୁନ, ସୁରେଶ ମାଝୀ, ସୁଶିଲ ରଣା, ଟୁନା ପାଢୀ, ସୁବାସ ସାହୁ ଭାଗବତ ଥପା, ୱାଟର ଦଣ୍ଡସନା ପ୍ରମୁଖ ଉପସ୍ଥିତ ଥିଲେ। ରାକେଶ ରଞ୍ଜନ ପାଢୀ ରକ୍ତଦାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।