‘ଏଇତ ଜୀବନ ଭି’ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ‘ଏଇତ ଜୀବନ ଭି’ ସଙ୍ଗଠନ ପକ୍ଷରୁ ଆଜି ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଉକ୍ତ ରକ୍ତକୁ ଜିଲ୍ଲା ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଛି। ଜିଲ୍ଲାରେ ରକ୍ତର ଅଭାବକୁ ଦୁର କରିବା ପାଇଁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା ବୋଲି ସଙ୍ଗଠନର ସଭାପତି ମାନସୀ ପଣ୍ଡା କହିଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବାଲଗୋବିନ୍ଦ ମିଶ୍ର ଯୋଗଦେଥିବା ବେଳେ ସମ୍ମାନିତ ଅତିଥି ହୀରାଲାଲ ଲୋକଚନ୍ଦାନୀ ଓ ପ୍ରଶାନ୍ତ ନନ୍ଦ ଯୋଗଦେଇଥିଲେ। ସେହିପରି ସଭାନେତ୍ରୀ ମାନସୀ ପଣ୍ଡା, ସମ୍ପାଦିକା ରେଣୁ ତିୱାରୀ, ମୁଖ୍ୟ ଉପଦେଷ୍ଟା ରାଜେଶ ପାଢ଼ୀ, ପ୍ରଫୁଲ୍ଲ ବେହେରା, ସୁଶାନ୍ତ ଗୁପ୍ତା, ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ, ଆଶିଷ ତିୱାରୀ, ସଂଯୁକ୍ତା ପଟେଲ, ମଞ୍ଜୁଳା ବେହେରା, ପ୍ୟାରେଲାଲ ଶ୍ରୀବାସ୍ତବ, କବିତା ନାୟକ, ଅରବିନ୍ଦ ବାରିକ ପ୍ରମୁଖଙ୍କସହ ସଙ୍ଗଠନର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ।