ଝାରସୁଗୁଡ଼ା, ଏନ୍ଏନ୍ଏସ୍: ବନହରପାଲି ଥାନା ରମ୍ପେଲା ସେତୁରେ ଜଣେ ଟ୍ରକ୍ ମାଲିକ/ଡ୍ରାଇଭରଙ୍କୁ ଆକ୍ରମଣ କରି ୧୨ ହଜାର ଟଙ୍କା ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ସୋମବାର ରାତିରେ ବନ୍ଧବାହଲ ଅଞ୍ଚଳର ସୀମାଞ୍ଚଳ ବରାଡ (୪୫) ନିଜ ଟ୍ରକ୍ ରେ କଟକରୁ ଫେରୁଥିଲେ। ରମ୍ପେଲା ବ୍ରିଜ ନିକଟରେ ତାଙ୍କ ଟ୍ରକ୍ ଖରାପ ହେବାରୁ ି ସେ ସେଠାରେ କିଛି ସମୟ ରହିଥିଲେ। ଏହି ସମୟରେ ଏକ ବୋଲେରୋରେ ୩ ଜଣ ଯୁବକ ଆସି ସୀମାଞ୍ଚଳଙ୍କୁ ଛୁରୀରେ ମରଣାତ୍ମକ ଆକ୍ରମଣ କରିବାସହ ତାଙ୍କ ମୋବାଇଲ ଭାଙ୍ଗି ପାଖରେ ଥିବା ୧୨ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ସୀମାଞ୍ଚଳ ରାତିସାରା ସେତୁ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବାବେଳେ ସକାଳେ ପ୍ରତଃ ଭ୍ରମଣ ପାଇଁ ଯାଇଥିବା ଲୋକେ ତାଙ୍କୁ ଉଦ୍ଧାର କରି ଲଖନପୁର ଗୋଷ୍ଠା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବାସହ ବନହରପାଲି ପୁଲିସକୁ ଖବର ଦେଇଥିଲେ। ପୁଲିସ ଏନେଇ ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।