ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଗୁଜରାଟରେ ରେକର୍ଡ ବିଜୟ ପରେ ମୋଦୀ କହିଛନ୍ତି ଯେ, ଧନ୍ୟବାଦ ଗୁଜରାଟ । ଅଦ୍ଭୁତପୂର୍ବ ନିର୍ବାଚନ ପରିଣାମକୁ ଦେଖି ମୁଁ ଭାବନାରେ ଅଭିଭୂତ ଅଛି । ଲୋକେ ବିକାଶ ରାଜନୀତିକୁ ଆଶୀର୍ବାଦ ଦେଇଛନ୍ତି ଏବଂ ଏହି ଗତି ଆହୁରି ଦ୍ରୁତ ହେଉ ବୋଲି ଆଶା ପ୍ରକଟ କରିଛନ୍ତି । ମୁଁ ଗୁଜରାଟର ଜନଶକ୍ତିକୁ ନମନ କରୁଛି ।
ଅନ୍ୟପଟେ ହିମାଚଳ ପ୍ରଦେଶରେ ବିଜେପିର ପରାଜୟ ପରେ ମୋଦୀ କହିଛନ୍ତି ଯେ, ମୁଁ ହିମାଚଳ ପ୍ରଦେଶ ଜନତାଙ୍କୁ ବିଜେପି ପ୍ରତି ସ୍ନେହ ଓ ସମର୍ଥନକୁ ଧନ୍ୟବାଦ ଜଣାଉଛି । ଆମେ ଆଗାମୀ ଦିନରେ ରାଜ୍ୟର ଆକାଂକ୍ଷାକୁ ପୂର୍ଣ୍ଣ କରିବୁ ।