ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ, ଅଚାନକ ଡାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାରାଜ୍ୟ By Nitidin Last updated Apr 4, 2022 Share ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ରେ ଦୀର୍ଘ ୨୦ ବର୍ଷ ହେବ କଂଗ୍ରେସ ଦଳ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ପଦବୀ ରହିଥିବା ବେଳେ ଆଜି ନବ ନିର୍ବାଚିତ ବ୍ଲକ୍ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଓ ବ୍ଲକ୍ ଉପାଧ୍ୟକ୍ଷ ଭାବେ ଗୁଣ ସାଗର ମାଝୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭିନ୍ନ ପଞ୍ଚାୟତର ସମିତିସଭ୍ୟ ଓ ସଭ୍ୟା ଓ ସରପଞ୍ଚ ମାନେ ଫୁଲଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ବିଡ଼ିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନବ ନିର୍ବାଚିତ ବ୍ଲକ୍ ଅଧ୍ୟକ୍ଷା ମୋନିକା ସିଂ ଭୋଇଙ୍କୁ ବ୍ଲକ୍ କର୍ମଚାରୀ ସ୍ୱାଗତ ଜଣାଇଥିଲେ। ତେବେ ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମାଞ୍ଚଳର ବିକାଶ ତଥା ସଇଁନ୍ତଲା ପଞ୍ଚାୟତ ସମିତି ସାମୁହିକ ବିକାଶ ଆମର ଲକ୍ଷ ବୋଲି ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସିଂ ଭୋଇ କହିଛନ୍ତି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଲୋକଙ୍କ ଅନେକ ସମସ୍ୟା ରହିଥିବା ବେଳେ ବ୍ଲକ୍ ପ୍ରଶାସନର ସହଯୋଗ ଦ୍ଵାରା ବ୍ଲକ୍ ଉନ୍ନତି ହେବ ଏବଂ ସବୁବେଳେ ବିକାଶ କିଭଳି ଭାବେ ହେବ ସେଦିଗରେ ସମସ୍ତେ ଏକତ୍ରିତ ହୋଇ ଲୋକଙ୍କ ସେବା କରିବା ପାଇଁ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ବ୍ଲକ୍ ପ୍ରଶାସନ ଠାରେ ମଧ୍ୟ ଆଲୋଚନା କରିଥିଲେ। ସ୍ଥାନୀୟ ଜନସାଧାରଣଙ୍କ ଭଲପାଇବା ଯୋଗୁଁ ୧୫ ବର୍ଷ ପରେ ପୁଣି ଥରେ ବ୍ଲକ୍ ଅଧ୍ୟକ୍ଷ ପଦବୀ ପାଇଁ ଯୋଗ୍ୟ ବିବେଚିତ କରିଥିବାରୁ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ଶ୍ରୀମତୀ ସିଂ ଭୋଇ। ପରେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ସଭ୍ୟା ସମେତ ବ୍ଲକ୍ ଅଧ୍ୟକ୍ଷା ଏବଂ ବ୍ଲକ୍ ଉପାଧ୍ୟକ୍ଷ ସମେତ ସ୍ଥାନୀୟ ପ୍ରମୁଖ ସାମିଲ ହୋଇ ସ୍ଥାନୀୟ ଡାକ୍ତରଖାନାକୁ ପରିଦର୍ଶନ କରିଥିଲେ। ଉକ୍ତ ଡାକ୍ତରଖାନାରେ ଦିନକୁ ଦିନ ରୋଗୀ ମାନଙ୍କ ପ୍ରତି ଅଣଦେଖା, ଉଚିତ ଚିକିତ୍ସା ବ୍ୟବସ୍ଥା ଭଳି ଅନେକ ସମସ୍ୟା ଲାଗି ରହିଥିବାରୁ ବ୍ଲକ୍ ଅଧ୍ୟକ୍ଷା ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ଲକ୍ ଅଧ୍ୟକ୍ଷା ଉକ୍ତ ଡାକ୍ତରଖାନାକୁ ଅଚାନକ ପରିଦର୍ଶନ କରିଥିଲେ ଏବଂ ସେହି ସମୟରେ ଡାକ୍ତରଖାନାରେ ଅଧିକାରୀ ଅନୁପସ୍ଥିତ ଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଡାକ୍ତରଖାନାର କର୍ମଚାରୀ ମାନେ ଡ଼ ସମରେନ୍ଦ୍ର ମହାପାତ୍ରଙ୍କୁ ଖବର ଦେବାପରେ ସେ ଡାକ୍ତରଖାନାକୁ ଆସିଥିଲେ। ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀମାନଙ୍କ ଚିକିତ୍ସାରେ ଅବହେଳା ସୃଷ୍ଟି ହେଉଛନ୍ତି। ଏନେଇ ବ୍ଲକ୍ ଅଧ୍ୟକ୍ଷା ଡାକ୍ତରଙ୍କ ଉପରେ ବର୍ଷିଥିଲେ। ଯଦି ଆଗାମୀ ଦିନରେ ରୋଗୀଙ୍କ ଉଚ୍ଚିତ ଚିକିତ୍ସା ବ୍ୟବସ୍ଥା ନହୁଏ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। Share