ନବରଙ୍ଗପୁର,ଏନ୍ଏନ୍ଏସ: ନବରଙ୍ଗପୁର ପଞ୍ଚାୟତ ସମିତି ପରିସରରେ ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା ଅନୁଷ୍ଠିତ ହୋଇଯାଇଛି । ଓରମାସ ଏବଂ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାର ମିଳିତ ସହଯୋଗରେ ହୋଇଥିବା କାର୍ଯ୍ୟକ୍ରମରେ ୧୫୪ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ରେଜିଷ୍ଟ୍ରେସନ କରିଥିଲେ । ସେମାନଙ୍କ ମଧ୍ୟରୁ ୧୨୫ ଜଣଙ୍କୁ ବିଭନ୍ନ ସଂସ୍ଥା ସହ ଟ୍ୟାଗ କରାଯାଇଛି । ଏଥିରେ ୫ଟି ଏଜେନ୍ସି ଅଂଶଗ୍ରହଣ କରିଥିଲେ । ଇଲେକ୍ଟ୍ରିକାଲରେ ୩୮, ସିଲେଇରେ ୭୫ ଓ ରିଟେଲ ମ୍ୟାନେଜମେଣ୍ଟରେ ୮ ଜଣଙ୍କୁ ଚୟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସମ୍ମାନିତ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ଭତରା, ବାବୁଲି ମିଶ୍ର, ତ୍ରିନାଥ ଭଟ୍ଟ, ବିଡିଓ ପଦ୍ମନାଭ ତ୍ରିପାଠୀ, ଜିଲ୍ଲା ସଂଯୋଜକ ଶ୍ରୀମନ୍ତ ପ୍ରଧାନ, ଶିବାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସୌଭାଗ୍ୟ ବିଷୋୟୀ, ସିଦ୍ଧାନ୍ତ ସାସମଲ ଓ ଅମ୍ବିକା ରଥ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।