୧୯ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,ଏନ୍ଏନ୍ଏସ୍: ନକ୍ସଲ କାର୍ଯ୍ୟକଳାପରେ ରୋକ ଲଗାଇବା କ୍ଷେତ୍ରରେ ପଡୋଶୀ ତେଲେଙ୍ଗାନାକୁ ବଡ ସଫଳାତା। ମାଓ ସଂଗଠନର ୧୯ ଜଣ ସଦସ୍ୟଙ୍କ ଆତ୍ମସମର୍ପଣ।

ଭଦ୍ରାଦ୍ରୀ କୋଥାଗୁଡେମରେ ଏହି ୧୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତେବେ ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ସଦସ୍ୟ ଥିବା ଜଣାପଡିଛି।ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତକୁ ଫେରିବା ଲକ୍ଷରେ ଏହି ମାଓବାଦୀମାନଙ୍କ ଆତ୍ମସର୍ପଣକୁ ବଡ ସଫଳତା ଦୃଷ୍ଟିରେ ଦେଖାଯାଇପାରେ।