ଜମ୍ମୁ କଶ୍ମୀର ବିସ୍ଫୋରଣରେ ଜଣେ ମହିଳା ମୃତ, ୬ ଆହତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର କୁପୱାରା ଜିଲ୍ଲାର ଏକ ଆବାସିକ ଘରେ ବିସ୍ଫୋରଣରେ ଜଣେ ୧୭ ବର୍ଷର ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହ ୬ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ବୋଲି ପୁଲିସ ସୂଚନା ଦେଇଛନ୍ତି। ଗତ ରାତି ପ୍ରାୟ ୮ଟା ୪୫ ସମୟରେ ଜିଲ୍ଲାର ହ୍ୟାଣ୍ଡୱାରା ଅଞ୍ଚଳର ତାରାଟପୋରାର ଗୁଲାମ ଅହମ୍ମଦ ୱାନୀଙ୍କ ଘରେ ଏହି ବିସ୍ଫୋରଣ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି।

ଏହି ଘଟଣାରେ ଶବନୁମ୍ ୱାନି (୧୭)ଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ ଜଣ ଘର ମାଲିକଙ୍କ ପରିବାର ସଦସ୍ୟ ବୋଲି ଜଣାପଡିଛି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ବିସ୍ଫୋରଣର ପ୍ରକୃତି ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି ବୋଲି ଅଧିକାରୀମାନେ କହିଛନ୍ତି। ଏଲପିଜି ସିଲିଣ୍ଡର ବିସ୍ଫୋରଣ ହେତୁ ଏହି ବିସ୍ଫୋରଣ ଘଟିଥିବା ପୁଲିସ ସନ୍ଦେହ କରୁଛି। କିନ୍ତୁ ପ୍ରକୃତ କାରଣ ଠିକ୍ ଜଣା ପଡିନାହିଁ।