ବାଚସ୍ପତି ନିରପେକ୍ଷ ନୁହଁନ୍ତି : ଜୟନାରାୟଣ ମିଶ୍ର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗିବା ଏବଂ ୨ ବିଜେପି ବିଧାୟକଙ୍କୁ ସସପେଣ୍ଡ କରିବାକୁ ନେଇ ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର ବୟାନ ଦେଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ, ବାଚସ୍ପତି ଛୁଆଙ୍କ ଡାଲି ଖାଇଥିଲେ । ସେଥିପାଇଁ ଆମେ ଭାବିଲୁ ଡାଲି ଦେଲେ ଆମ କଥା ଶୁଣିବେ । ତେଣୁ ଆମେ ତାଙ୍କୁ ଡାଲି ଉପହାର ଦେଲୁ । ସେ ଡାଲି ଖାଇବାକୁ ଭଲ ପାଆନ୍ତି । କିନ୍ତୁ ସେ ଆମକୁ ପ୍ରଶଂସା କରିବା ବଦଳରେ ନିଲମ୍ବିତ କଲେ । ନିଲମ୍ବନକୁ ଭୃକ୍ଷେପ କରୁନାହୁଁ । ଶନିବାର ପୁଣି ପ୍ରତିବାଦ ହେବ । ବାଚସ୍ପତି ନିଜେ ସସପେଣ୍ଡ ହେବା କଥା ।

ଅନ୍ୟପଟେ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ତାଙ୍କ ଆଚରଣ ଓ ଉଚ୍ଚାରଣରେ ଗୃହ ଖୁବ୍ଧ ହୋଇଥିଲେ । ସମ୍ବିଧାନ ନିୟମ ଅନୁସାରେ ସବୁ ହୋଇଛି । ଗୃହର ମତ ନିଆଯାଇ ଯାହା ନୀତି ନିୟମ ଅଛି, ତା ଆଧାରରେ ସବୁ କରାଯାଇଛି । ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ବହୁବାର ସେମାନଙ୍କୁ ଅନୁରୋଧ କରାଯାଇଛି ।