ଝାରସୁଗୁଡ଼ା,ଏନ୍ଏନ୍ଏସ୍: ରାଜ୍ୟରେ ଚାଷୀଙ୍କ ବିଭିନ୍ନ ସମସ୍ୟା ଦୂରୀକରଣ ପାଇଁ ଆଜି ବିଜେପି ପକ୍ଷରୁ ୩ ଘଣ୍ଟିଆ ଚକା ଜାମ ଆନ୍ଦୋଳନ କରାଯାଇଛି। ବିଜେପିର ରାସ୍ତା ଅବରୋଧ ଫଳରେ ଝାରସୁଗୁଡ଼ାରୁ ଛତିଶଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼କୁ ୩ ଘଣ୍ଟା ଯାଏଁ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଓ ଚାଷୀ ବିରୋଧୀ ଆଚରଣ ଯୋଗୁ ଝାରସୁଗୁଡ଼ା ଜିଲ୍ଲା ତଥା ସମଗ୍ର ରାଜ୍ୟର ଚାଷୀମାନେ ଆର୍ôଥକ ତଥା ସାମାଜିକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ବିଜେପି କର୍ମୀ କହିଛନ୍ତି। ମାସ ମାସ ଧରି ମଣ୍ଡିରେ ଧାନ ପଡ଼଼ି ରହିବା ସମେତ ଅନ୍ୟାନ୍ୟ ସମସ୍ୟା କରଣରୁ ଚାଷୀମାନେ ବଡ଼ ଚାପ ଭିତରେ ରହୁଛନ୍ତି। ତେଣୁ ଚାଷୀଙ୍କର ସମସ୍ୟାର ସମାଧାନ ସହ ତୁରନ୍ତ ମଣ୍ଡିରୁ ସବୁ ଧାନ ଉଠାଇବା ପାଇଁ ରାଜ୍ୟ ସରକରା ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ବରିଷ୍ଠ ବିଜେପି ନେତା ଦିନେଶ ଜୈନ, ବରଗଡ଼ ସାସଂଦ ପ୍ରତିନିଧି ରଘୁ ନନ୍ଦନ ପଣ୍ଡା, ବାଞ୍ଛାନିଧୀ ସାହୁ ପ୍ରମୁଖଙ୍କ ସହ ଜିଲ୍ଲା ବିଜେପିର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।